ଅଧିକ ପଢନ୍ତୁ : ନିଆଁ ଲାଗିବାରୁ ୪ ଯବାନ ସହିଦ୍
ଘଟଣାଟି ଘଟିଥିଲା ରାଜୌରି-ପୁଞ୍ଚ୍ ଜାତୀୟ ରାଜପଥର ଭାଟା ଦୁରିଆନ ଜଙ୍ଗଲରେ । ଏବେ ଘଟଣାସ୍ଥଳରେ ସେନାର ବରିଷ୍ଠ କମାଣ୍ଡର ଓ ସ୍ଥାନୀୟ ପୋଲିସ ତନାଘନା ଜାରିରହିଛି ।
ଅର୍ଗସ ବ୍ୟୁରୋ : ଜମ୍ମୁରେ ସହିଦ ହେଲେ ଓଡ଼ିଆ ପୁଅ । ପୁଞ୍ଜ -ଜାମ୍ମୁ ଜାତୀୟ ରାଜପଥରେ ସେନା ଗାଡ଼ିରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୫ ସେନା ସହିଦ୍ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି । ସେ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମା ପଞ୍ଚାୟତର ଦେବାଶିଷ ବିଶ୍ବାଳ ।
ଅଧିକ ପଢନ୍ତୁ : ନିଆଁ ଲାଗିବାରୁ ୪ ଯବାନ ସହିଦ୍
ଘଟଣାଟି ଘଟିଥିଲା ରାଜୌରି-ପୁଞ୍ଚ୍ ଜାତୀୟ ରାଜପଥର ଭାଟା ଦୁରିଆନ ଜଙ୍ଗଲରେ । ଏବେ ଘଟଣାସ୍ଥଳରେ ସେନାର ବରିଷ୍ଠ କମାଣ୍ଡର ଓ ସ୍ଥାନୀୟ ପୋଲିସ ତନାଘନା ଜାରିରହିଛି ।
ଅର୍ଗସ ବ୍ୟୁରୋ: ବଲିଉଡରେ ଜଣକ ପରେ ଜଣଙ୍କର ମ୍ୟାରେଜ। ପ୍ରଥମେ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବିବାହ କରିଥିଲେ। ଏମାନଙ୍କ ପରେ ସୁନୀଲ ସେଟ୍ଟୀଙ୍କ ଏକମାତ୍ର କନ୍ୟା ଆଥୀୟା ସେଟ୍ଟୀ ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଥିଲେ। ତେବେ ବଲିଉଡ ସେଲିବ୍ରିଟି ମାନେ ନିଜର ବିବାହକୁ ଏକଦମ ସିକ୍ରେଟଲି କରିବାକୁ ଚାହୁଁଛନ୍ତି। ଆଉ ସମସ୍ତଙ୍କର ପ୍ରାୟତଃ ପସନ୍ଦ ରହୁଛି ରାଜସ୍ଥାନର ଉଦୟପୁର ଏବଂ ଜୟପୁରରେ ଥିବା ସୁନ୍ଦର ସୁନ୍ଦର ପ୍ୟାଲେସରେ ନିଜର ମ୍ୟାରେଜ କରିବା।
ଆଜି ଆମେ କହୁଛୁ ମୋଷ୍ଟ ପପୁଲାର କପଲ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ କଥା। ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର ।ଏହି ବିବାହରେ ରହିଛି ଅନେକ ଥିମ ଏବଂ ନିୟମ। କାହିଁକିନା ଫଟୋ କିମ୍ବା ଭିଡିଓ ବାହାରେ ଲିକ ନ ହେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ମ୍ୟାରେଜ ଫଙ୍କସନରେ ଯୋଗ ଦେଉଥିବା ଅତିଥିମାନଙ୍କ ମୋବାଇଲ ଫୋନ ଉଭୟ ପ୍ରବେଶ ଏବଂ ବାହାରକୁ ଯିବାବେଳେ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲରେ ଏଣ୍ଟ୍ରି କରୁଥିବା ଲୋକଙ୍କ ମୋବାଇଲ କ୍ୟାମେରାରେ ଏକ ବ୍ଲ୍ୟୁ ଟେପ ଲଗାଯିବ। ବିବାହରେ କୌଣସି ଭିଡିଓ ଫଟୋଗ୍ରାଫି କରିପାରିବେ ନାହିଁ।
ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସନ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ଦୁହେଁ। ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି ପହଞ୍ଚିଲେଣି । ଉଦୟପୁର ବିମାନବନ୍ଦରରେ ଯେତେବେଳେ ରାଘବ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ପ୍ରାୟତଃ ନେତା ପୋଷାକ ପରିଧାନରେ ରାଘବଙ୍କୁ ଦେଖିବାକୁ ମିଳେ କିନ୍ତୁ ଆଜି କିଛି ଏଭଳି ଅନ୍ଦାଜରେ ସେ ନଜର ଆସିଥିଲେ । ଜିନ୍ସ ସହ କଳା ଟି-ସର୍ଟରେ ରାଘକଙ୍କ ଲୁକ ବେଶ ପସନ୍ଦ କରୁଛନ୍ତି ଫ୍ୟାନମାନେ। ପଛକୁ ପଛ ବିମାନବନ୍ଦରରେ ପହଞ୍ଚିଥିଲେ ପରୀଣୀତି । ଏଠାରେ ଉଭୟଙ୍କୁ ଜୋରଦାର ସ୍ୱାଗତ ମିଳିଥିଲା । ଦିଲ୍ଲୀରେ ଅନ୍ୟାନ୍ୟ କାମ ଶେଷ କରି ଉଦୟପୁରରେ ଉଭୟଙ୍କ ପରିବାର ଓ ହାତଗଣତି କିଛି ଅତିଥି ପହଞ୍ଚିଛନ୍ତି।
ଆଜିଠୁ ୩ଦିନ ଧରି ଚାଲିବ ବାହାଘର କାର୍ଯ୍ୟକ୍ରମ । ପରେ ଦିଲ୍ଲୀରେ ହେବ ଗ୍ରାଣ୍ଡ ରିସେପସନ ପାର୍ଟି । କିଛି ଦିନ ପୂର୍ବରୁ ରାଘବ ଓ ପରିଣୀତିଙ୍କ ପ୍ରେମ ସମ୍ପର୍କ କଥା ସାମ୍ନାକୁ ଆସିଥିଲା । ଏହା ପରେ ଉଭୟ ୩ମାସ ପୂର୍ବରୁ ନିର୍ବନ୍ଧ କରି ନିଜ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ । ଆଉ ଏବେ ବିବାହ କରି ସାତଜନ୍ମ ପାଇଁ ସାଥୀ ପାଲଟିବେ ରାଘବ ଓ ପରିଣୀତି।
ଆହୁରି ପଢ଼ନ୍ତୁ ମନୋରଞ୍ଜନ ଖବର...
ଅର୍ଗସ ବ୍ୟୁରୋ: ସାଉଥ ଅଭିନେତା ଅଭିନେତ୍ରୀଙ୍କର ବହୁତ ଫ୍ୟାନ। ସେ ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ହୁଅନ୍ତୁ ସମସ୍ତେ ଫ୍ୟାନଙ୍କ ହୃଦୟରେ ରାଜ କରନ୍ତି। ଫ୍ୟାନମାନେ ଇମୋସନାଲି ଆଟାଚଡ ମଧ୍ୟ ହୋଇଥାନ୍ତି। ଆଜି ଆମେ କହୁଛୁ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ କଥା ଯାହାଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ ଅଧିକ। କାରଣ ସାଇଙ୍କ ସବୁ ଫିଲ୍ମ ସୁପରଡୁପର ହିଟ ହୋଇଥାଏ। ଭଲ ଭଲ ଫିଲ୍ମ ଦର୍ଶକଙ୍କୁ ଭେଟି ଦିଅନ୍ତି। ସାଇଙ୍କ ଅଭିନୟ ମଧ୍ୟ ସବୁ ମୁଭିରେ ଜବରଦସ୍ତ ହୋଇଥାଏ। ତାଙ୍କ ସିମ୍ପଲ ଲୁକ୍ସର ସଭିଏଁ ଦିଓ୍ବାନା। ସୋସିଆଲ ମିଡିଆରେ ସାଇ ପଲ୍ଲବୀଙ୍କୁ ନେଇ ଗୋଟିଏ କଥା ଏବେ ଭାରି ଭାଇରାଲ ହେବାରେ ଲାଗିଛି। ସାଇ ପଲ୍ଲବୀ ବିବାହ କରିସାରିଛନ୍ତି।
ଆପଣ ଜାଣିଛନ୍ତି ନା ନାହିଁ। ତାଙ୍କର ଏହି ଫଟୋ ଏବେ ଟ୍ରେଣ୍ଡିଂରେ। ତେବେ ଖବରଟି ସମ୍ପୂର୍ଣ୍ଣ ଗୁଜବ କହି ସାଇ ଆଜି ମୁହଁ ଖୋଲିଛନ୍ତି।
ସାଇ ପଲ୍ଲବୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ତାଙ୍କର ସରଳତା, ଅଭିନୟ ଏବଂ ନାଚୁରାଲ ବିୟୁଟି ହେତୁ ସେ ଲକ୍ଷ ଲକ୍ଷ ହୃଦୟରେ ରାଜ୍ କରନ୍ତି। ସବୁବେଳେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଏବେ ତାଙ୍କର ଏକ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଥିଲା। ଫଟୋରେ ଦୁହେଁ ଫୁଲମାଳ ପକାଇଥିବା ଦେଖାଯାଇଥିଲା। ଏହି ଫଟୋ ଦେଖି ଦୁହେଁ ଲୁଚି ଲୁଚି ବିବାହ କରିସାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସାଇ ଏହି ଭାଇରାଲ ଫଟୋକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି। ଆଉ ଲୋକଙ୍କ ଉପରେ ବର୍ଷିଛନ୍ତି।
ସାଇ ପଲ୍ଲବୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଭାଇରାଲ ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହି ଫଟୋରେ ସାଇ ପଲ୍ଲବୀ ଏବଂ ନିର୍ଦ୍ଦେଶକ ରାଜକୁମାର ପେରିୟାସାମୀଙ୍କ ବେକରେ ଫୁଲମାଳ ପଡ଼ିଥିବାର ଦେଖାଯାଇଛି। ଏହି ଫଟୋ ଶେୟାର କରି ସାଇ ଲେଖିଛନ୍ତି, ‘ସତ କହିବାକୁ ଗଲେ ମୁଁ ଗୁଜବ ବିଷୟରେ ଚିନ୍ତା କରେ ନାହିଁ। କିନ୍ତୁ ଏହି ଗୁଜବ ମୋ ପରିବାର ଏବଂ ସାଙ୍ଗମାନଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ ମୁଁ ସ୍ପଷ୍ଟ କରୁଛି। ମୋ ଚଳଚ୍ଚିତ୍ର ଏସକେ-୨୧ର ପୂଜା ସମାରୋହରେ ଉଠାଯାଇଥିବା ଗ୍ରୁପ ଫଟୋକୁ କାଟି ଖରାପ ଉଦ୍ଦେଶ୍ୟରେ ଏହାକୁ ଶେୟାର କରାଯାଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
କେଉଁଝର : ଆନନ୍ଦପୁର ଶାଳପଡ଼ାସ୍ଥିତ କନକମଞ୍ଜରୀ ମହିଳା ମହାବିଦ୍ୟାଳୟକୁ ବଦନାମ କରିବାକୁ କିଛି ବ୍ୟକ୍ତି ଉଦ୍ୟମ କରୁଛନ୍ତି। ଏପରିକି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବାରମ୍ବାର ମନଗଢ଼ା ଖବର ପରିବେଷଣକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଆଜି ଛାତ୍ରୀନିବାସର ଶତାଧିକ ଅନ୍ତେବାସୀ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବାରମ୍ବାର ମନଗଢ଼ା ଖବର ପ୍ରକାଶ ପାଉଥିବାରୁ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେହିପରି କଲେଜରେ ପରିସ୍ଥିତି ସ୍ଵାଭାବିକ ଥିବାବେଳେ ମିଥ୍ୟା ଖବର ପ୍ରକାଶ ପାଉଥିବାରୁ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଧ୍ୟାପିକାମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି