ଅଧିକ ପଢନ୍ତୁ: ପୁରା ଦେଶରେ 3 ହଜାରରୁ ଅଧିକ ମାମଲା
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ ୧୧୩ ଦିନ ପରେ ଅର୍ଥାତ୍ ଗତକାଲି ବା ୧୨ ମାର୍ଚ୍ଚରେ ୫୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦେଶରେ କରୋନାରେ ପଡି ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩,୬୧୮କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ କେରଳରେ ଅଧିକ ସଂକ୍ରମଣ ହେତୁ ଜଣେ ରୋଗୀଙ୍କ ମୃତ୍ୟୁ ପରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୭୮୧ରେ ପହଞ୍ଚିଛି। ଗତ ୭ ଦିନ ମଧ୍ୟରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ ତେଲେଙ୍ଗାନାରୁ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସିଛି। ନିମ୍ନରେ ଦିଆଯାଇଥିବା ଗ୍ରାଫକୁ ଦେଖନ୍ତୁ। ଆଉ ଅନୁମାନ କରନ୍ତୁ କୋଭିଡ ସଂଖ୍ୟା ଦିନକୁ ଦିନ କେମିତି ବନ୍ଧ ଭାଙ୍ଗୁଛି।