ସେହିପରି ଡିଜିଟାଲ ଇଣ୍ଡିଆ ଯୋଜନାରେ ବହୁ ଲୋକ ଉପକୃତ ହେଉଛନ୍ତି। ବିଶେଷ କରି ଡିଜି ଲକ୍ରରେ ରହୁଥିବା ଡକ୍ୟୁମେଣ୍ଟଗୁଡ଼ିକୁ କେଓ୍ବାଇସି ଭାବେ ବ୍ୟବହାର କରିହେବ। ଏଣିକି ଇନସ୍ୟୁରାନ୍ସ କରିବା ବେଳେ ହେଉ କିମ୍ବା ଚାକିରି କ୍ଷେତ୍ରରେ ହେଉ ଡକ୍ୟୁମେଣ୍ଟ ଦେଖାଇବାକୁ ପଡ଼ିବନାହିଁ। ଡିଜି ଲକ୍ରରେ ରହୁଥିବା କାଗଜପତ୍ର ପ୍ରମାଣସିଦ୍ଧ ହେବ। ସବୁବେଳେ କାଗଜପତ୍ର ଧରି ବୁଲିବାକୁ ପଡ଼ିବନାହିଁ। ଏହିଭଳି ସାରା ଦେଶରେ ଥିବା ଡାକବିଭାଗରେ ଡିଜିଟାଲ କୋର ବ୍ୟାଙ୍କିଙ୍ଗ୍ ସିଷ୍ଟମ ଆରମ୍ଭ କରାଯାଇଛି। ଯାହାକୁ ଆଗାମୀ ଦିନରେ ଷ୍ଟେଟ ବ୍ୟାଙ୍କ ଭଳି ସୁବିଧା ଉବଲବ୍ଧ କରିବାକୁ ଯୋଜନା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।