ନିଜ ସ୍ବାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ଏହି ସ୍କୁଲ ନିର୍ମାଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ ଏସ.ଏଲ.ଏସ. ଟ୍ରଷ୍ଟ ବୋର୍ଡ଼ର ସଭାପତି ଅଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ୫ଜି ସେବାର ବିଶେଷ ଅବଦାନ ରହିବ ବୋଲି ଏସ.ଏଲ.ଏସ. ସ୍କୁଲକୁ ଯୋଡ଼ା ଯାଇଛି। ଏ ନେଇ ରିଲାଏନ୍ସ ଜିଓ ପକ୍ଷରୁ ପାହାଡପୁର ଗାଁରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏ ନେଇ ରାଇରଙ୍ଗପୁର ଉପଖଣ୍ଡ ସମେତ ପାହାଡପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି ।
ପ୍ରଥମ ପର୍ଯ୍ୟାୟରେ 5G ନେଟୱର୍କକୁ ଦେଶର ୧୩ଟି ପ୍ରମୁଖ ସହରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହି ସହର ଗୁଡ଼ିକ ହେଉଛି ଅହମ୍ମଦାବାଦ, ବେଙ୍ଗାଳୁରୁ, ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ । ଏହି ସେବା ୪ଜି ଠାରୁ ୧୦ ଗୁଣା ଅଧିକ ହାଇସ୍ପିଡ ଇଣ୍ଟରନେଟର ସେବା ଯୋଗାଇବ ବୋଲି ସ୍ବାଧୀନତା ଦିବସର ଭାଷଣରେ କହିଥିଲେ ମୋଦି ।
ଟେକ୍ନୋଲୋଜି ଖବର ଆହୁରି ପଢ଼ନ୍ତୁ ।