ଉଦଳା ବିଧାୟକ ଭାସ୍କର ମଢେଇ, ସାରଶକଣା ବିଧାୟକ ବୁଢାନ ମୁର୍ମୁ, ଯଶୀପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବଡ଼ସାହି ବିଧାୟକ ସନାତନ ବିଜୁଳି ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।

ଦୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ 6 ବିଜେପି ବିଧାୟକ । ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟରେ ଉପସ୍ଥିତ ରହିବେ ମୟୁରଭଞ୍ଜର 6 ବିଧାୟକ । ଆସନ୍ତା 24 ତାରିଖ ଦିନ 11ଟା ସମୟରେ ବିଧାୟକ ମାନେ ବିମାନ ଯୋଗେ କରିବେ ଦିଲ୍ଲୀ ଯାତ୍ରା । ଏ ନେଇ ସୂଚନା ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ।

ଅର୍ଗସ ବ୍ୟୁରୋ : ବିରାଟ ଝଡ଼ର ରୂପ ନେଇଛି ବାତ୍ୟା ‘ବିପର୍ଯ୍ୟୋୟ’। ଗତ ୬ ଘଣ୍ଟା ହେଲା ଉତ୍ତର ଆଡ଼କୁ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର କହିବା ଅନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଉତ୍ତରମୁହାଁ ହୋଇ ଗତି କରିବ। ତା’ପରେ ଏହା ଆସନ୍ତା ୩ ଦିନ ଭିତରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଭାରତର ଦକ୍ଷିଣପଶ୍ଚିମ ରାଜ୍ୟଗୁଡ଼ିକର ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବ। ବାୟୁର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କିଲୋମିଟରରେ ପହଞ୍ଚିବ।
ଅଧିକ ପଢନ୍ତୁ : "ବିପର୍ଯ୍ୟୟ"ର ନାମକରଣ କିଏ କରିଛି ?
ଆସନ୍ତା ୩ରୁ ୪ ଦିନରେ ଭିତରେ ଏହା ଘଣ୍ଟା ପ୍ରତି ୧୬୦ କିମି ବେଗରେ ବି ପ୍ରବାହିତ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ବାତ୍ୟା ‘ବିପର୍ଯ୍ୟୋୟ’ ଭାରତର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡ଼ିକୁ ମାଡ଼ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ ଏବଂ କେରଳର ଉତ୍ତର ଉପକୂଳ, କର୍ଣ୍ଣାଟକ ଓ ଗୋଆରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ। ଜୁନ ୮ରେ ୧୧୫-୧୨୫ କିମି ବେଗରେ ଏବଂ ସଂଧ୍ୟା ସୁଦ୍ଧା ସ୍ଥଳ ବିଶେଷରେ ୧୪୦ କିମି ବେଗରେ ପବନ ବହିବ। ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ଏହା ଅନୁଭୂତ ହେବ।
