ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସିଦ୍ଧାର୍ଥ ନିୟୋଗୀ କହିଛନ୍ତି, ଅକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କୁ ମାଗଣା ଔଷଧ ଦିଆଯାଉଛି, ସେହିପରି ଏହି ମାସରୁ ମାସିକ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।ହେଲେ ଏହି ରୋଗରେ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ଖବର ମିଳିନାହିଁ। ବାଲିମଶା ଶରୀରରେ ଥିବା ପରଜୀବୀ ‘କେମାଟାମସ୍ ଆର୍ଜେଣ୍ଟିନସ’ରୁ ଏହି ରୋଗ ସଂକ୍ରମିତ ହୁଏ।
ଯଦି କୌଣସି ବ୍ୟକ୍ତିଙ୍କର ହଠାତ ଓଜନ ହ୍ରାସ ପାଏ, ୧୪ ଦିନରୁ ଅଧିକ ଦିନ ଧରି ଜ୍ୱର ରୁହେ,। କଫ ବୁଦ୍ଧି ସହ ଚର୍ମ ଶୁଖିଲା ରୁହେ ଓ ରକ୍ତହୀନତା ଏବଂ ବାନ୍ତି ହୁଏ। ତେବେ ଏହା କଳାଜ୍ୱରର ଲକ୍ଷଣ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ପ୍ରକାରର ରକ୍ତ ପରୀକ୍ଷା ୧୦ରୁ ୧୫ ମିନିଟ ମଦ୍ୟରେ କରାଯାଏ। ରାଜ୍ୟର ଦାର୍ଜିଲିଂ, ଉତ୍ତର ଏବଂ ଦକ୍ଷିଣ ଦିନାଜପୁର ଏବଂ କାଲିମ୍ଫଙ୍ଗ ଜିଲ୍ଲାରେ ମଧ୍ୟ ସଂକ୍ରମଣ ଅଧିକ ହୋଇଥିବା କୁହାଯାଉଛି। ବିରଭୂମ, ବାଙ୍କୁଡା ଏବଂ ପୁରଲାଆ ଭଳି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ରାଜ୍ୟରେ କଳାଜ୍ୱରର ବିଲୋପ କରବିାକୁ ଘୋଷଣା କରିଛନ୍ତି। ଏହି ପରିସ୍ଥିତିରେ ପଶ୍ଚିମବଙ୍ଗର ୧୧ଟି ଜିଲ୍ଲାରେ ଏହି ରୋଗର ପ୍ରକୋପ ବଢ଼ୁଥିବାରୁ ପୁନର୍ବାର ସର୍ଭେ ଏବଂ ଚିକିତ୍ସା ଆରମ୍ଭ ହେଉଛି।