ଜାଗର ପାଇଁ ଲିଙ୍ଗରାଜ ମନ୍ଦିର ପରିସରରେ ପୋଲିସ ପ୍ରଶାସନ ତରଫରୁ ବୈଠକ ଅନୁଷ୍ଠିତ...ବୈଠକ ଅନୁଷ୍ଠିତ...
ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଜେଲ୍ରୁ ମୁକୁଳିଛନ୍ତି ଜଣେ ଭାରତୀୟ ମହିଳା। ସେ ହେଲେ ହସିନା ବେଗମ୍ । ସାଧାରଣତନ୍ତ୍ର ଦିବସ ଅବସରରେ ସେ ଭାରତ ଫେରିଛନ୍ତି । ଔରଙ୍ଗାବାଦ ପୋଲିସ ସହାୟତାରେ ସେ ନିଜ ଦେଶକୁ ଫେରିବାରେ ସମର୍ଥ ହୋଇଛନ୍ତି । ସ୍ୱଦେଶ ଫେରିବା ପରେ ହସିନା କହିଛନ୍ତି, ମୁଁ ଅତ୍ୟନ୍ତ କଷ୍ଟକର ଜୀବନ ବିତାଇଛି । ମୋତେ ଜବରଦସ୍ତି ଜେଲ୍ରେ ବନ୍ଦ କରିଦିଆଯାଇଥିଲା । ନିଜ ଦେଶକୁ ଫେରିବା ପରେ ମୋତେ ଶାନ୍ତି ଅନୁଭବ କରୁଛି, ଲାଗୁଛି ଯେମିତି ସ୍ବର୍ଗରେ ଅଛି ବୋଲି ସେ କହିଛନ୍ତି ।
ସୂଚନାନୁସାରେ, ୨୦୦୨ରେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଲାହୋର ଯାଇଥିଲେ। କିନ୍ତୁ ସେଠାରେ ତାଙ୍କ ପାସପୋର୍ଟ ହଜିଯାଇଥିଲା। ଏହାପରେ ତାଙ୍କ ଉପରେ ଦୋଷର ପାହାଡ ଲଦି ହୋଇଯାଇଥିଲା। ପାକିସ୍ତାନ ସରକାର ହସିନାଙ୍କୁ ଜେଲ୍ରେ ବନ୍ଦ କରିଦେଇଥିଲେ। ଦୀର୍ଘ ୧୮ ବର୍ଷ ହେବ ବିନା ଦୋଷରେ ସେ ଦଣ୍ଡ ଭୋଗୁଥିଲେ।