ରବିବାର ଦିନ ବରାରି ପୋଲିସ ଷ୍ଟେସନ ଅଞ୍ଚଳର ମାରଗିୟା ଗ୍ରାମ ନିକଟ ବ୍ରାଣ୍ଡି ନଦୀରେ ବୁଡ଼ିଗଲା ଡଙ୍ଗାଟି। ଡଙ୍ଗାରେ ବସିଥିବା ଲୋକମାନଙ୍କ ମଧ୍ୟରୁ ତିନି ଜଣ ସମୁଦ୍ର କୂଳରେ ପହଁରି ଜୀବନ ରକ୍ଷା କରିଥିବାବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି। SDRF ଟିମ୍ ସମସ୍ତ ମୃତଦେହ ଉଦ୍ଧାର କରିଥିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ଲୋକ ମାରଗିୟା ଗାଁର ପାସୱାନ୍ ଟୋଲାର ବାସିନ୍ଦା ବୋଲି କୁହାଯାଉଛି। ସେମାନେ ସମସ୍ତେ ନିଜ କ୍ଷେତରେ କାମ ସାରି ଘରକୁ ଫେରିବା ବେଳେ ଘଟିଛି ଏ ଅଘଟଣ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୃଷକମାନେ ନିଜ କ୍ଷେତରୁ ଏକ ଡଙ୍ଗାରେ ଧାନ ଆଣି ଫେରୁଥିଲେ। କାରଣ କ୍ଷେତରୁ ଏହି ସ୍ଥାନକୁ ପରିବହନର ଅନ୍ୟ କୌଣସି ମାଧ୍ୟମ ନଥିଲା। ନଦୀ କ୍ଷେତର ଉଭୟ ପାର୍ଶ୍ୱରେ ଅଛି। ଏହି ଶସ୍ୟ ଆଣି ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି।