ସମାଜର ତୃତୀୟ ବର୍ଗ ତଥା ଦଳୀତ ବର୍ଗ ଭାବରେ ପରିଚିତ କିନ୍ନର । ପେଟ ପୋଷିବା ପାଇଁ କିଏ ସମାଜ ସହ ତାଳ ଦେଇ ଆଗକୁ ବଢିଯାଏ ତ କିଏ ଭିକ୍ଷା ବୃତ୍ତି କରେ, ତ ଆଉ କିଏ ଦେହ ବ୍ୟାପାର କରେ । ପାର୍କ ତଥା ଟ୍ରେନରେ କିନ୍ନରଙ୍କର ଚାନ୍ଦା ମାଗିବାର ନଜିର ମଧ୍ୟ ରହିଛି । ଚଳନ୍ତି ଟ୍ରେନରେ ପଶି ଜବର ଦସ୍ତି ଚାନ୍ଦା ମାଗିନ୍ତି । ଆଉ ଚାନ୍ଦା ନଦେଲେ ଶାରୀରିକ ଉତ୍ପୀଡନର ବହୁ ଉଦାହରଣ ମଧ୍ୟ ବହୁବାର ଦେଖିବାକୁ ମିଳେ । ଏନେଇ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କର ବହୁ ଅଭିଯୋଗ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏବେ ଏନେଇ କିନ୍ନରଙ୍କ ପ୍ରତି କଠୋର ହୋଇଛନ୍ତି ରେଳ ବିଭାଗ । ଏମିତି କି ଏପରି କରୁଥିବା କିନ୍ନରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କିନ୍ନରମାନଙ୍କ ଏହି ଅପ୍ରିତିକର କାର୍ଯ୍ୟାନୁଷ୍ଠାନକୁ ନେଇ ରେଳ ମନ୍ତ୍ରଳୟକୁ ମଗାଯାଇଥିବା ତଥ୍ୟାରୁ ଏହି ସୂଚନା ମିଳିଛି । ଟ୍ରେନରେ କିନ୍ନର ମାନଙ୍କର ଏଭଳି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅବୈଧ । ଏଣୁ ୨୦୧୫ରୁ ୨୦୧୯ ଜାନୁଆରି ଯାଏ ୭୩୦୦୦ କିନ୍ନରଙ୍କୁ ଗିରଫ କରାଯାଇଛି । ସେହିପରି ଚଳିତ ବର୍ଷ ଜାନୁଆରିରେ ୧,୩୯୯ ଜଣ କିନ୍ନରଙ୍କୁ ମଧ୍ୟ ଗିରଫ କରାଯାଇଛି । କେବଳ ରେଳଗାଡିରେ ନୁହେଁ ବରଂ ରେଳଷ୍ଟେସନ ପରିସରରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।
