ନୂଆଦିଲ୍ଲୀ: ଦେଶରେ 755 ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ 1389 ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା କେନ୍ଦ୍ର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଏଠାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 15 ହଜାରୁ ଅଧିକ ହୋଇଥିବା ବେଳେ 2,231 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲଭ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ସେହିପରି ଦେଶରେ 24 ଘଣ୍ଟା ମଧ୍ୟରେ 27 ଜଣଙ୍କର ମୃତ୍ୟୁ ହୋଇଛି, ଏବଂ 2331 ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ବିପଜ୍ଜନକ ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ 507 ଜଣଙ୍କର ମୃତ୍ୟୁ ଘଟିଛି । ଗତ 14 ଦିନ ମଧ୍ୟରେ ଦେଶର 23 ଟି ରାଜ୍ୟର 43 ଟି ଜିଲ୍ଲାରେ କୌଣସି ସଂକ୍ରମଣ କଥା ସାମ୍ନା କୁ ଆସିନାହିଁ ।
ଆମେ ଏପର୍ଯ୍ୟନ୍ତ 3,86,791 ରକ୍ତ ନମୁନା ପରୀକ୍ଷା କରିଛୁ । ଗତକାଲି 37,173 ପରୀକ୍ଷା କରାଯାଇଥିଲା, ଏଥିରୁ 29,287 ଟି ICMR ନେଟୱାର୍କର ଲ୍ୟାବରେ କରାଯାଇଥିଲା । ବେସରକାରୀ କ୍ଷେତ୍ର ଲ୍ୟାବରେ 7,886 ପରୀକ୍ଷା କରାଯାଇଛି ବୋଲି ICMR ନିର୍ଦ୍ଦେଶକ ଡାକ୍ତର ରମଣ ଆର ଗଙ୍ଗା-ଖେଡକର କହିଛନ୍ତି ।
