୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପାର ବର୍ତ୍ତମାନ ୨୦ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷେ କଂଗ୍ରେସର ୨୦ଜଣ ବିଧାୟକ ଅଛନ୍ତି। ଏତଦ୍ବ୍ୟତୀତ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୨ଜଣ ବିଧାୟକ, ଗୋଆ ଫରଓ୍ବାଦି ପାର୍ଟିର ଜଣେ ବିଧାୟକ ଅଛନ୍ତି। ସେହିପରି ଅନ୍ୟ ୬ ବିଧାୟକ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସର ୮ଜଣ ବିଧାୟକ ଯଦି ବିଜେପିରେ ସାମିଲ ହୁଅନ୍ତି ତେବେ ବିଧାନସଭାରେ କଂଗ୍ରେସର ସିଟ୍ ସଂଖ୍ୟା ୩ରେ ପହଞ୍ଚିବ। ଯେଉଁଠି ବିଜେପିର ସଂଖ୍ୟା ୨୮ରେ ପହଞ୍ଚିଯିବ।
ଦିଗମ୍ବର କାମାତ, ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଡେସାଇ, କେଦାର ନାୟକ, ସଙ୍କଳ୍ପ ଆମୋନକର, ଆଲେକ୍ସା ସେକେରା ଏବଂ ରୁଡାଲ୍ଫ ଫର୍ଣ୍ଣାଡିସ କଂଗ୍ରେସ ଛାଡ଼ିପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବୁଧବାର ଏହି ବିଧାୟକମାନେ ଗେଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଭେଟିଛନ୍ତି। ଖୁବ୍ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ବିଧାୟକମାନେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ରାଜନୀତି ଖବର ଆହୁରି ପଢନ୍ତୁ ।