ଅସିତ ମୋଦି ତାଙ୍କୁ ଶୋ ରେ ରଖିବାକୁ ଅନେକ ଚେଷ୍ଟା କରିଥିଲେ । ହେଲେ ସେ ଶୋ ରୁ ଦୂରେଇ ଯାଇଥିଲେ । ଏହାପରେ ତାଙ୍କର ଅନ୍ୟ କିଛି ଶୋ ଆସୁଥିବା ନେଇ ସୂତ୍ରରୁ ଖବର ମିଳିଥିଲା । ତେବେ ସେ ଏହି ତାରକ ମେହେତା ଶୋ ଛାଡିବା ପରେ ତାଙ୍କୁ ଏହି ଶୋ ରୁ ତାଙ୍କର ବକେୟା ଅର୍ଥ ମିଳିନାହିଁ । ଯାହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଶୋ ଛାଡିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ତାଙ୍କ ବକେୟା ଅର୍ଥ ମିଳିପାରିନି । ଏନେଇ ଅସିତ ମୋଦି ମଧ୍ୟ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଏହି ଶୋର ଅନେକ ତାରକା ପଇସା ଠିକ ଟାଇମରେ ନଦେବା ନେଇ ଅଭିଯୋଗ କରିଛନ୍ତି ।
ତେବେ ତାରକା ମେହେତା ଭୂମିକାରେ ଅଭିନୟ କରୁଥିବା ଶୈଳେଶ ଲୋଢା ଏହି ଚରିତ୍ର ପାଇଁ ଅନେକ ସଫଳତା ସାଉଂଟିଛନ୍ତି । ତାଙ୍କୁ ପୁଣି ଆଉ ଏକ ଶୋରେ ଦେଖିବାକୁ ତାଙ୍କ ପ୍ରଶଂସକ ମାନେ ଅପେକ୍ଷା କରିଛନ୍ତି ।