ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଖେରଖେଡି ଗ୍ରାମର ଏହି ଘଟଣା। ଯେଉଁଠି ୬୦ ଫୁଟ ଗଭୀର ବୋରୱେଲ ନିର୍ମାଣାଧୀନ ଥିଲା। ହେଲେ ଖେଳୁ ଖେଳୁ ଲୋକେଶ ନାମକ ଶିଶୁପୁତ୍ର ଏହା ମଧ୍ୟରେ ଖସି ପଡିଥିଲା। ଗାଁ ଲୋକେ ହୋ ହଲ୍ଲା କରିଥିଲେ। ପ୍ରଥମେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ହେଲେ ଏତେ ଗଭୀରରୁ ଛୁଆଟିକୁ ଉଦ୍ଧାର କରିବା ଆଦୌ ସହଜ ସାପେକ୍ଷ ନ ଥିଲା। ଏଣୁ ଏନଡିଆରଏଫ ଟିମ ସହ ଯୋଗାଯୋଗ କରାଗଲା।
ଫୋର୍ସ ପହଞ୍ଚିବା ପରେ ବୋରଓ୍ବେଲ ମଧ୍ୟ ପ୍ରଶିକ୍ଷିତ ଟିମ ସଦସ୍ୟ ପ୍ରବେଶ କରିଥିଲେ। ବୋରୱେଲ ସହିତ ସମାନ୍ତରାଳ ଗର୍ତ୍ତ ଖୋଳିବା ପରେ ଏହା ମଧ୍ୟରେ ଏକ ଟନେଲ ତିଆରି କରାଯାଇଥିଲା। ପିଲାଟିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ଲାଟଫର୍ମ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପିଲାଟି ୪୩ ଫୁଟରେ ଅଟକି ରହିଥିଲା ଏବଂ ଏକ ଡାକ୍ତର ଟିମ୍ ଶିଶୁ ଉପରେ ନଜର ରଖିଥିଲେ। ଲୋକେଶକୁ ଆମ୍ବୁଲାନ୍ସରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।