ଏହାକୁ ନେଇ ଦିପମାଳା କହିଛନ୍ତି, ଏପରି ପ୍ରୟାସ ସେ ୨୦୧୮ ରୁ କରିବା ଆରମ୍ଭ କରିଥିଲେ । ୨୦୧୮ ପ୍ରଥମେ ସେ ଏହି ସରକାରୀ ବିଦ୍ୟାଳୟରେ ୧୦ ରୁ ୧୫ ଜଣ ଭିନ୍ନକ୍ଷମ ଛାତ୍ରଙ୍କୁ ଆଡମିଶନ ଦେଇଥିଲେ । ଏହାପରେ ଏହି ପିଲାମାନଙ୍କୁ ପଢାଇବା ଆରମ୍ଭ କରିଥିଲେ । ସେମାନଙ୍କ ପରୀକ୍ଷା ଫଳାଫଳ ଭଲ ଆସିବା ପରେ ସେ ଆହୁରି ଭିନ୍ନକ୍ଷମ ପିଲାମାନଙ୍କୁ ନିଜ ସ୍କୁଲରେ ଆଡମିଶନ କରାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ତେବେ ପ୍ରଥମେ ଶିକ୍ଷକମାନଙ୍କୁ ଏ ଦିଗରେ ଉତ୍ସାହିତ କରିବାକୁ ପଢିଥିଲା । କାରଣ ସେମାନଙ୍କ ମତ ଥିଲା କି, ଏହି ଭିନ୍ନକ୍ଷମ ପିଲାମାନେ କେବଳ ସେମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ସ୍କୁଲରେ ହିଁ ପଢିବେ । ସେମାନଙ୍କୁ ଉତ୍ସାହିତ କରିବାକୁ ଏକ ଆନ୍ଦେଳନ କରାଯାଇଥିଲା । ଯେଉଁ ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା କି ଶିକ୍ଷକ ମାନେ ସେମାନଙ୍କ ଅଞ୍ଚଳରେ ଥିବା ଭିନ୍ନକ୍ଷମ ପିଲାଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଉତ୍ସାହିତ କରିବେ । କାରଣ ପ୍ରତ୍ୟେକ ସରକାରୀ ସ୍କୁଲରେ ଏହି ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ଥାଆନ୍ତି ।
ତେବେ ଏହି ଆନ୍ଦୋଳନ ପରେ ଅନେକ ଶିକ୍ଷକ ପିଲାମାନଙ୍କୁ ପଢାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏବଂ ଏହି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ୮୦୦ ଜଣ ଭିନ୍ନକ୍ଷମ ପିଲା ପାଠ ପଢୁଛନ୍ତି । କେବଳ ଯେ ପାଠ ପଢୁଛନ୍ତି ତା ନୁହେଁ ସେମାନେ ସାଧାରଣ ପିଲାଙ୍କ ଭଳି ଖୁବ ଭଲ ରେଜଲ୍ଟ ମଧ୍ୟ କରୁଛନ୍ତି । ତେବେ ସଵୁଠାରୁ ବଡକଥା ହେଉଛି ସରକାରୀ ବିଦ୍ୟାଳୟରେ ପଢିବା ଦ୍ବାରା ସାଧାରଣ ପିଲାମାନେ ମଧ୍ୟ ଏହି ଭନ୍ନକ୍ଷମ ପିଲାମାନଙ୍କୁ ବେଶ ଉତ୍ସାହିତ କରୁଛନ୍ତି । ଯାହାଦ୍ବାରା ସେମାନେ ତାଙ୍କ ପାଖରେ ବସି ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଦିପମାଳାଙ୍କ ଏପରି ପ୍ରୟାସ କରି ସମସ୍ତଙ୍କ ପାଖରୁ ବେଶ ପ୍ରଶଂସା ସାଉଁଟିଛନ୍ତି । ତେବେ ସରକାରୀ ସ୍କୁଲ ପରି ବେସରକାରୀ ସ୍କୁଲରେ ଭିନ୍ନକ୍ଷମ ପିଲାମାନଙ୍କୁ ପଢିବାକୁ ଅନୁମତି ଦିଆଯାଉ ବୋଲି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।