ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଜଣାଇଥିଲେ । ତାଳଚେର ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ପ୍ରସ୍ତାବ ଅନୁସାରେ ହିଙ୍ଗୁଳା ମନ୍ଦିର ସମ୍ମୁଖରେ ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ ପାଇଁ ଏମସିଏଲର ସିଏସଆର ପାଣ୍ଠିରୁ ଲୋକଙ୍କ ସୁବିଧା ପାଇଁ ଆର୍ôଥକ ସହାୟତା ଯୋଗାଇବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ । ଏହି ସହାୟତା ଦ୍ୱାରା ଶ୍ରଦ୍ଧାଳୁମାନେ ଉପକୃତ ହେବାସହ ସ୍ଥାନୀୟ ଅଂଚଳରେ ପର୍ଯ୍ୟଟନର ସୁବିଧା ମଧ୍ୟ ବଢିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ ।
ଏହାର ପ୍ରତ୍ୟୁତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଅଂଚଳ ପାଇଁ ଏମଏସିଏଲ୍ ବୋର୍ଡ ସିଏସଆର ପାଣ୍ଠିରୁ ୯.୩୨ କୋଟି ଟଙ୍କା ମଞ୍ଜୁର କରିଛି । ସାଧାରଣତଃ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଏବଂ ପର୍ଯ୍ୟଟନରେ ସୁବିଧା ଯୋଗାଇବା ପାଇଁ ଏହି ଆର୍ଥିକ ସହାୟତାକୁ ଅନୁମୋଦନ ଦିଆଯାଇଛି ବୋଲି ସେ କହିଛନ୍ତି ।