ମୁମ୍ବାଇଠାରୁ ୩୫୦ କିମି ଦୂରରେ ରହିଛି ଏହି ଗ୍ରାମ ରହିଛି। ଗ୍ରାମବାସୀଙ୍କଠାରୁ ପୁଲିସ ଖବର ପାଇଁ ପହଞ୍ଚିବା ପରେ ମୃତଦେହ ଜବତ କରିଛି।
ଘର ଭିତରେ ଥିବା ଗୋଟିଏ କୋଠରୀରୁ ୩ ଜଣ ଓ ବାହାର କୋଠରୀରୁ ୬ ଜଣଙ୍କ ମୃତଦେହ ଜବତ କରିଛି ସଙ୍ଗଲି ପୁଲିସ୍। ଏହି ୯ ମୃତକଙ୍କ ଭିତରେ ଡାକ୍ତର ୟାଲ୍ଲାପା ଭାନମୋରେ(୫୨) ନାମକ ବ୍ୟକ୍ତି ରହିଛନ୍ତି ବୋଲି SP ଦୀକ୍ସିତ୍ ଜେଡାମ କହିଛନ୍ତି।
ଏ ସମସ୍ତ ୯ ସଦଦ୍ୟ ତାଙ୍କ ସମ୍ପକୀୟ ଥିଲେ। ପାରିବାରିବ ବିବାଦ ବା କୌଣସି ବ୍ୟକ୍ତିଗତ କାରଣ ପାଇଁ ସମସ୍ତ ଗଣ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।
ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତା ପୋପାଲ ଭାନମୋରେ(୪୮), ଅର୍ଚ୍ଚନା ପୋପାଟ ଭାନମୋରେ(୩୦), ଶୁଭମ ପୋପାଟ ଭାନମୋରେ(୨୮), ମାଣିକ ୟାଲାପା ଭାନମୋରେ(୪୯), ରେଖା ମାରିକ୍ ଭାନମୋରେ(୪୫), ଆଦିତ୍ୟ ମାଣିକ ଭାନମୋରେ(୧୫), ଅନିତା ମାରିକ୍ ଭାନମୋରେ(୨୮), ଅକ୍ତାଇ ଭାନମୋରେ(୭୨) ରହିଛନ୍ତି।
କିନ୍ତୁ ଏହି ଗଣଆତ୍ମହତ୍ୟାର ଅସଲ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୁଲିସ କହିବ।