ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଚତୁର୍ଥ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍ । ଆଜି ଜାତିର ସେବାରେ 9 ବର୍ଷ ପୂରିଛି, ଏଥିପାଇଁ ନମ୍ରତା ଏବଂ କୃତଜ୍ଞତା ଜଣାଇଛନ୍ତି ମୋଦି । ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ କାର୍ଯ୍ୟ, ଲୋକଙ୍କ ଜୀବନରେ ଉନ୍ନତି ଆଣିବାକୁ ପରିଚାଳିତ ହୋଇଛି । ଏକ ବିକଶିତ ଭାରତ ଗଠନ ପାଇଁ ଆମେ ଆହୁରି କଠିନ ପରିଶ୍ରମ ଜାରି ରଖିବୁ ବୋଲି ଟ୍ବିଟ୍ ଦ୍ବାରା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍(Criiio 4 Good)” ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ କ୍ରୀଡାର ଶକ୍ତି ଏବଂ କ୍ରିକେଟର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାଙ୍କୁ ମାନଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର
ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ୮ଟି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଲାଇଫ ସ୍କିଲ୍ ସହ ଯୋଡିବା ଏବଂ କ୍ରୀଡାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅଭିନବ ଅଭିଯାନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଝିଅମାନେ ପୂର୍ବରୁ ଦେଶ ପାଇଁ ଗୌରବ ଆଣିଛନ୍ତି । ସାଇନା ନେହଓ୍ୱାଲ, ପିଭି ସିନ୍ଧୁ, ମେରି କମ୍, ଝୁଲଣ ଗୋସ୍ୱାମୀ, ମିତାଲି ରାଜ, ସ୍ମୃତି ମାନ୍ଧନାଙ୍କ ଭଳି ଝିଅ ଆମ ଦେଶର ଗୌରବ ବଢାଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣ ବିଶେଷ ଭାବରେ ଝିଅମାନଙ୍କ ସଶକ୍ତିକରଣ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର । ଆଜିର ପଦକ୍ଷେପ ନେତୃତ୍ୱ, ସମସ୍ୟାର ସମାଧାନର ସୂତ୍ର ବାହାର କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବା, ନିଷ୍ପତି ନେବାର ସାମର୍ଥ୍ୟ, ବୁଝାମଣା, ସମବେଦନା, ଟିମ୍ ଓ୍ୱାର୍କ ଏବଂ ଲକ୍ଷ୍ୟ ସ୍ଥିର କରିବା ଭଳି ଆବଶ୍ୟକୀୟ ଲାଇଫ୍ ସ୍କିଲ୍ ଉପରେ ଗୁରୁତ୍ୱ ଦେବ । ଖେଳ ଆମ ସମସ୍ତଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଶିକ୍ଷା ମନ୍ତ୍ରଣାଳୟ ଏହି ମଡ୍ୟୁଲ ଗୁଡିକୁ ଦେଶରେ ଥିବା ୧.୫ ମିଲିୟନ ସ୍କୁଲକୁ ଦୀକ୍ଷା ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରିବ ।
ଆମ ଦେଶ ମହିଳା ସଶକ୍ତିକରଣକୁ ପାରମ୍ପରିକ ଭାବେ ପରିଚୟ ଦେଇଆସିଛି । ଚନ୍ଦ୍ରାୟାନ-୩ ଅଭିଯାନରେ ଶତାଧିକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହରେ ଉପସ୍ଥାପନ କରିବା ସହ ପାରିତ କରାଇଛନ୍ତି । ଦେଶ ଏବେ ମହିଳା ଆଧାରିତ ବିକାଶର ନେତୃତ୍ୱ ନେଉଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା କ୍ରିକେଟ ଦଳର ଉପ ଅଧିନାୟକ ସ୍ମୃତି ମାନ୍ଧନା, ବିସିଆଇର ସେକ୍ରେଟାରୀ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । ଟ୍ରକ୍ ସହ ବାଇକ୍ ମୁହାମୁହିଁ ଧକ୍କା । ଘଟଣା ସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ । ବାଇକରେ ଥିବା ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୃତକ ଦୁଇ ଜଣ ହେଲେ ବିଶୋଇ ଅଞ୍ଚଳର । ଖବର ପାଇବା ପରେ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ବାଙ୍ଗିରିପୋଷି ଆଡୁ ବିଶୋଇ ଆଡେ ଯାଉଥିବା ଟ୍ରକ ସହ ବିଶୋଇ ଆଡୁ ବାରିପଦା ଅଭିମୁଖେ ଆସୁଥିବା ବାଇକ୍ ସମ୍ମୁଖକୁ ପିଟିଥିଲା ।
ଅର୍ଗସ ବ୍ୟୁରୋ : ରୂପ ବଦଳାଇଲା ଡେଙ୍ଗୁ ମଶା । ଡେଙ୍ଗୁ ବଢିବା ପଛରେ ମଶାର ନୂଆ ଭାରିଏଣ୍ଟ । କେବଳ ଦିନରେ ନୁହେଁ ସକାଳେ ଓ ସନ୍ଧ୍ୟାରେ ମଶା କାମୁଡ଼ିଲେ ବି ହୋଇପାରେ ଡେଙ୍ଗୁ । ଆଲବୋ ପିକଟସ ପ୍ରଜାତି ମଶା କାମୁଡ଼ିବା ଯୋଗୁଁ ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଏହି ମଶା ଏଡିସ ମଶାର ଏକ ପ୍ରଜାତି ହୋଇଥିବା ବେଳେ ସହରାଞ୍ଚଳରେ ଅଧିକ ବଂଶ ବିସ୍ତାର କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଜମାହୋଇ ରହୁଥୁବା ପାଣି ଓ ସନ୍ତସନ୍ତିଆ ସ୍ଥାନରେ ଅଧିକ ଦେଖା ଯାଉଛି ଏହି ମଶା । ଏହି ପ୍ରଜାତିର ମଶାକୁ ଏସିଆନ ଟାଇଗର ମସକିଟୋ ମଧ୍ୟ କୁହାଯାଉଛି । ଆଲବୋ ପିକଟସ ମଶା ଚିକେନ ଗୁନିଆ ରୋଗର ମଧ୍ୟ କାରଣ ହୋଇଥିବା ଯୋଗୁଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେପଟେ ଜଳବାୟୁ ପରିବର୍ତନ ଯୋଗୁଁ ଏଭଳି ମଶାଙ୍କ ବଂଶ ବିସ୍ତାର ହେଉଛି । ଏଥିପାଇଁ ଆଗାମୀ ୨ ବର୍ଷ ଭୁତାଣୁ ଜନିତ ରୋଗ ବୃଦ୍ଧି ପାଇବ ବୋଲି WHO ସତର୍କ କରିଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।