ଏକ ରିପୋର୍ଟ ଅନୁସାରେ ଜଣେ 17 ବର୍ଷୀୟ ପିଲା PUBG ପର୍ଚେଜ୍ ଓ ଅପଡେଟ୍ ପାଇଁ 16 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ପିଲାଟି ମୋବାଇଲରେ 3ଟି ବ୍ୟାଙ୍କ ଆକାଉଣ୍ଟର ଆକ୍ସେସ ଥିଲା । PUBG ପ୍ରେମରେ ଏତେ ବାୟା ଥିଲା ଯେ ଟଙ୍କା ଖର୍ଚ୍ଚ କରିବା ପାଇଁ ଏହି ଆପ୍କୁ ବ୍ୟବହାର କରୁଥିଲା । ପାଠ ପଢ଼ିବା ପାଇଁ ମୋବାଇଲ ଅଧିକ ସମୟ ବ୍ୟବହାର କରୁଛି ବୋଲି ବାପା, ମାଙ୍କୁ କହିଥିଲା ପିଲାଟି । କିନ୍ତୁ ପ୍ରକୃତରେ ଘଣ୍ଟା ଘଣ୍ଟା PUBG ଖେଳୁଥିଲା ।
ଏହି ଆପ ପର୍ଚେଜ୍ ବ୍ୟତୀତ ନିଜ ଟିମ୍ମେଟଙ୍କ ପାଇଁ ଏହାର ଅପଗ୍ରେଡ କ୍ରୟ କରୁଥିଲା । ଦି ଟ୍ରିବ୍ୟୁନ୍ ରିପୋର୍ଟରେ ଏହାର ଖୁଲାସା କରାଯାଇଛି । ଯେତେବଳେ ଟିନ୍ଏଜରର ବାପା, ମା ନିଜ ବ୍ୟାଙ୍କ ଆକାଉଣ୍ଟ ଚେକ୍ କଲେ ସେତେବେଳେ ଜଣାପଡ଼ିଲା ଯେ ପ୍ରାୟ 16 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଛି । ଟିନ୍ ଏଜର ଜଣଙ୍କ ନିଜ ମାଙ୍କ ଫୋନରେ PUBG ଖେଳୁଥିଲା । ବ୍ୟାଙ୍କ ଟ୍ରାଞ୍ଜାକ୍ସନ ପୂରା ହେବା ପରେ ସମସ୍ତ ମେସେଜ୍ ଡିଲିଟ୍ କରିଦେଉଥିଲା ସେ ।
କିନ୍ତୁ ମିଳିଥିବା ଖବର ଅନୁସାରେ ପିଲାର ବାପା ତାର ଭବିଷ୍ୟତ ଓ ମେଡିକାଲ ଆବଶ୍ୟକତା ପାଇଁ ଏହି ଟଙ୍କା ରଖିଥିଲେ । ଟିନ୍ଏଜର ବାପା ଜଣେ ସରକାରୀ ଚାକିରୀଆ । କିନ୍ତୁ ପୁଅ ପବଜି ଖେଳୁଥିବା ବେଳେ ତାଙ୍କ ପୋଷ୍ଟିଂ ଅନ୍ୟତ୍ର ହୋଇଥିଲା । ଟିନ୍ ଏଜର୍ ଜଣଙ୍କ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଉଥିଲା । ତେବେ ପୋଲିସ କୌଣସି ପ୍ରକାର ସାହାଯ୍ୟ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି ।