ସୂଚନାମୁତାବକ, ଶିକ୍ଷକଙ୍କ ସହ 20ରୁ ଅଧିକ ଲୋକ ଡ଼ଙ୍ଗା ଯୋଗେ ନଦୀ ପାରି ହେଉଥିଲେ । ପିପା ପୋଲ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ: ଡ଼ଙ୍ଗା ଓଲଟି ଜଣଙ୍କ ମୃତ ହୋଇଥିବାବେଳେ 20ରୁ ଅଧିକ ନିଖୋଜ ଅଛନ୍ତି । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଅମରିବେଗମଙ୍ଗଜ ଥାନା ଅଞ୍ଚଳର ସରୟୁ ନଦୀରେ ଏହି ଦୁର୍ଘଟଣା ଘଟିଛି । ନଙ୍ଗା ବୁଡ଼ିରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବାବେଳେ 20ରୁ ଅଧିକ ନିଖୋଜ ଅଛନ୍ତି । ସୂଚନାପାଇ ସିଓ ମହାବୀର ସିଂହଙ୍କ ସହ ଉମରୀବେଗମଙ୍ଗଜ ଥାନାର ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସିଓ ମହାବୀର କହିବାମୁତାବକ ଶବକୁ ଆମ୍ଭୁଲାନ୍ସ ସାହାର୍ଯ୍ୟରେ ହସ୍ପିଟାଲ ପଠାଇଦିଆଯାଇଛି ଏବଂ ନିଖୋଜ ଥିବା ଲୋକଙ୍କ ତଲାସ୍ ଜାରୀ ରହିଛି ।
ସୂଚନାମୁତାବକ, ଶିକ୍ଷକଙ୍କ ସହ 20ରୁ ଅଧିକ ଲୋକ ଡ଼ଙ୍ଗା ଯୋଗେ ନଦୀ ପାରି ହେଉଥିଲେ । ପିପା ପୋଲ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି ।