୨୦୧୨ ମସିହାରେ ସେ ପୁଲିସ ଚାକିରିରେ ଯୋଗ ଦେଇଥିଲେ। ତେବେ ରକ୍ତ ଅଭାବରୁ ଜଣେ ସଡକ ଦୁ ର୍ଘଟଣା ପୀଡିତ ଯୁବକଙ୍କ ମୃତ୍ୟୁ ସଂପର୍କରେ ଖବରକାଗଜରୁ ପଢ଼ିବା ପରେ ସେ ସାହାଯ୍ୟ କରିବା ପାଇଁ ଧାଇଁଆସିଥିଲେ । ଏହି କାରଣୁ କାହାକୁ ମରିବାକୁ ଦେବେନାହିଁ ବୋଲି ସେ ମନେ ମନେ ଶପଥ ନେଲେ। ତାକୁ ହିଁ ଜୀବନର ବ୍ରତ ଭାବେ ଗ୍ରହଣ କଲେ।
ନିଜ ସହକର୍ମୀ ଅମିତ ଫୋଗାଟଙ୍କୁ ଏହା ଜଣାଇବା ପରେ ସେମାନେ ଅନ୍ୟ କିଛି ସାଥୀଙ୍କ ସହ ମିଶି ‘ଜୀବନଦାୟିନୀ ସେନା’ର ଗଠନ କଲେ। ଏହି ସଙ୍ଗଠନ ମାଧ୍ୟମରେ ସେ ଏବେଯାଏ ପ୍ରାୟ ୧୦ ହଜାର ଲୋକଙ୍କ ଜୀବନରକ୍ଷା କରିପାରିଛନ୍ତି।