ଏମିତି କିଛି ସ୍କୁଲ ପିଲାଙ୍କୁ ରାଏମରେ ଶିଖାଯାଉଛି। କିନ୍ତୁ ଏହି କଥାକୁ ଆମେ ପୂରାପୂରି ଭୂଲ ସାବ୍ୟସ୍ତ କରିଦେବୁ। ପାଣିରେ କଣ ଖାଲି ମାଛ ରହେ। ନା ଏକଦମ ମିଛ। ମାଛ ପାଣିରେ ଉଡ଼େ ମଧ୍ୟ। ଆପଣ ବିଶ୍ବାସ କରୁନାହାନ୍ତି। ଆପଣଙ୍କୁ ବିଶ୍ବାସ କରିବାକୁ ହେଲେ ଏକ ଭିଡିଓ ଦେଖିବାକୁ ପଡ଼ିବ। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ମାଛ ପହଁରୁନି ପାଣିରେ ଉଡୁଥିବା ନଜରକୁ ଆସିଛି। ଯାହାକୁ ଦେଖିକି ଆପଣ ବି କିଛି ସମୟ ଆଶ୍ଚର୍ଯ୍ୟ ହୋଇଯିବେ। ମାଛଟି ଏମିତି ଉଡୁଛି ଆପଣଙ୍କୁ ଲାଗିବ ଯେମିତି କୋଉ ପକ୍ଷୀଟିଏ ଉଡ଼ୁଛି। ଗଭୀର ନୀଳ ଜଳରାଶିରେ ମାଛଟି ଏମିତି ଉଡ଼ୁଛି ଲାଗିବ ଯେମିତି ଏକ ଛୋଟ ବୋଟଟେ ଯାଉଛି।
ଏହି ଭିଡିଓ ଇଣ୍ଟରନେଟରେ ଏମିତି ଭାଇରାଲ ହେଉଛି। ୟୁଜର୍ସମାନେ ବାରମ୍ବାର ଏହାକୁ ଦେଖୁଛନ୍ତି। କାରଣ ମାଛଟି ସ୍ପିଡରେ ଉଡ଼ୁଛି। ଦେଖିବାକୁ ଆପଣଙ୍କୁ ନିହାତି ମଜା ଲାଗିବ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୬ ହଜାରରୁ ଅଧିକ ଥର ଲୋକ ଦେଖିସାରିଲେଣି। ଏହାକୁ ଦେଖିବାପରେ ଲୋକଙ୍କର ଅଜବ ରିଆକ୍ସନ ମଧ୍ୟ ଆସୁଛି। ଏହାକୁ ୟୁନିଲାଡ ନାମରେ ଜଣେ ବ୍ୟକ୍ତି ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।