ପିପିଲି ଉପନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜାନୁଆରୀ 23ରେ 125 ତମ ଜୟନ୍ତୀ ପାଳନ ହେବ। ଏହି ଅବସରରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। 2021 ଜାନୁଆରୀ 23 ରୁ ଆରମ୍ଭ ହେବାକୁ ଥିବା ଏକ ବର୍ଷ ଲମ୍ବାର ହେବାକୁ ଥିବା ସ୍ମୃତି କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନେବ ଏହି କମିଟି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।