ଅର୍ଗସ ବ୍ୟୁରୋ : ଡ୍ରୋନରେ ପଠାଯିବ ଅତ୍ୟାବଶ୍ୟକ ସାମଗ୍ରୀ. ମଫସଲ ଅଞ୍ଚଳରେ ସୁବିଧାରେ ପହଞ୍ଚିପାରିବ ସେମାନଙ୍କ ଆବଶ୍ୟକୀୟ ଜିନିଷ . ଏବଂ ଡ୍ରୋନର ମୂଲ୍ୟ ମଧ୍ୟ ବେଶ କମ ରହିବ . ଏପରି ଏକ ଡ୍ରୋନ ତିଆରି କରିଛନ୍ତି ଗୟା ଇଞ୍ଜିନିୟରିଂ କଲେଜର ଶେଷ ବର୍ଷ ଛାତ୍ରଛାତ୍ରୀମାନେ. ସେମାନଙ୍କ ପାଇଁ ଶେଷ ବର୍ଷର ପ୍ରୋଜେକ୍ଟ ଥିଲା ଏକ ଡ୍ରୋନ ତିଆରି କରିବା. ଏବଂ ଡ୍ରୋନଟି ଖୁବ ମହଙ୍ଗା ନହୋଇ କିପରି ଶସ୍ତାରେ ତିଆରି ହୋଇପାରିବ. ଏହାକୁ କରି ଦେଖାଇଛନ୍ତି ଏହି ଛାତ୍ରଛାତ୍ରୀମାନେ. ନିହାତି ମଫସଲ ଏବଂ ଗ୍ରାମାଞ୍ଚଳରେ ପରିବହନ ସୁବିଧା ନଥିବା ବେଳେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସେମାନେ ବେଶ ହଇରାଣ ହେଉଥିବା ଦେଖିବାକୁ ମିଳିଛି. ଏହି ସମସ୍ୟାକୁ ଦୂର କରିବା ପାଇଁ ସେମାନେ ଏପରି ଡ୍ରୋନ ତିଆରି କରିଛନ୍ତି . ସମସ୍ତ ଗାଇଡ ମାନଙ୍କ ଅଧିନରେ ଏହି କଲେଜର କିଛି ଛାତ୍ରଛାତ୍ରୀ ଏପରି ଡ୍ରୋନ ତିଆରି କରିଛନ୍ତି.
ଅଧିକ ପଢନ୍ତୁ : ସୀମାରେ ସୁରକ୍ଷା ଯୋଗାଇବ AI ଡ୍ରୋନ
ଭାରତ ବାହାରେ ଡ୍ରୋନର ମୂଲ୍ୟ ପାଖାପାଖି ୫ ରୁ ୬ ଲକ୍ଷ ପଡୁଥିବା ବେଳେ ଏହାକୁ ଖୁବ କମ ମୂଲ୍ୟରେ ତିଆରି କରି ଉପଯୋଗୀ କରି ପାରିବା ଏହି ଛାତ୍ରଛାତ୍ରୀଙ୍କ ମୂଖ୍ୟ ଉଦ୍ଦେଶ୍ୟ ଥିବା କହିଛନ୍ତି. ଯାହାଦ୍ବାରା ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାର ହୋଇପାରିବ. ଏବଂ ଖୁବ କମ ମୂଲ୍ୟରେ ଲୋକ ଏହାକୁ ବ୍ୟବହାର କରିପାରିବେ.
ଏହାକୁ ପ୍ରୋଟୋଟାଇପ ଭାବେ ତିଆରି କରାଯାଇଛି. ବିଶେଷ କରି ବନ୍ୟାଞ୍ଚଳରେ ଯୋଗାଯୋଗ ପରିବହନ ବିଚ୍ଛିନ୍ନ ହେବାବେଳେ ଏହା ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ. ତେବେ ଏହାକୁ ଆହୁରି ଉନ୍ନତିକରଣ କରାଇବାର ଅଛି ବୋଲି କହିଛନ୍ତି କଲେଜର ପ୍ରଫେସର.
ସମ୍ପୁର୍ଣ୍ଣ ତିଆରି ସରିବା ପରେ ଏହାକୁ ମାର୍କେଟରେ ଲଞ୍ଚ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଏହି ଛାତ୍ରଛାତ୍ରୀ ତଥା ପ୍ରଫେସର ସୂଚନା ଦେଇଛନ୍ତି.