Absolutely shameful and unacceptable. I have suspended SHO Phagwara. Such misbehaviour will not be tolerated at any cost and those who indulge in it will have to face serious consequences. https://t.co/terAynz6ao — DGP Punjab Police (@DGPPunjabPolice) May 5, 2021
ଆପଣ ଉପରେ ଦିଆଯାଇଥିବା ଭିଡିଓ ଦେଖିଲେ ତ ? କେଡେ ନିର୍ଦ୍ଦୟ ଭାବେ ପୁଲିସ ବାବୁ ଜଣକ ଜଣେ ଗରିବ ଲୋକର ପେଟ ପାଟଣାକୁ ନାତ ମାରୁଛନ୍ତି, ଦେଖିଲେ ତ ?
ବାବୁ ଏହାର ପରିଣାମ ମଧ୍ୟ ଭୋଗିଛନ୍ତି। ମହଙ୍ଗା ପଡ଼ିଛି ପରିବା ଦୋକାନୀଙ୍କ ଠେଲା ଗାଡ଼ିକୁ ଗୋଇଠା ମାରିବା। ଯାହା କରିବା ପରେ ସେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି।
ଲକ ଡାଉନ ଡ୍ୟୁଟିରେ ଥିବା ଚଣ୍ଡିଗଡ ଫଗୱାରା ଷ୍ଟେସନ ହାଉସ ଅଫିସର(SHO) ନଭଦୀପ ସିଂ ଗାଡିରୁ ଓହ୍ଲାଇ ପରିବା ଦୋକାନୀଙ୍କ ଠେଲା ଗାଡ଼ିକୁ ଗୋଇଠା ମାରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, SHO ନଭଦୀପ ସିଂ ପୋଲିସ ଗାଡ଼ିରୁ ଓହ୍ଲାଇ ରାସ୍ତାକଡ଼ରେ ରଖା ଯାଇଥିବା ଜଣେ ପରିବା ଦୋକାନୀଙ୍କ ଠେଲା ଗାଡ଼ି ହଠାତ ଗୋଇଠା ମାରିଥିଲେ। ଏହି ସମୟରେ କିଛି ପୋଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲୋ। ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।