ଦୁର୍ଗମ ଓଡ଼ିଶା
ଶିକ୍ଷକଙ୍କୁ ଛୁରୀରେ ଆକ୍ରମଣ କଲା ଅଷ୍ଟମ ଶ୍ରେଣୀର ଛାତ୍ର
ଅର୍ଗସ ବ୍ୟୁରୋ: ଅଷ୍ଟମ ଶ୍ରେଣୀର ଛାତ୍ର ନିଜ ଶିକ୍ଷକଙ୍କୁ ଛୁରୀରେ ଆକ୍ରମଣ ଘଟଣା କାକୋରି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଲକ୍ଷ୍ନୌର କାକୋରି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଅଷ୍ଟମ ଶ୍ରେଣୀର ଛାତ୍ର ଶିକ୍ଷକଙ୍କ ଉପରେ ଆକ୍ରମଣ କରିବା ଫଳରେ ଶିକ୍ଷକ ଗୁରୁତର ହୋଇଛନ୍ତି। ଶିକ୍ଷକଙ୍କ ବେକ ଓ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।
ତେବେ ଛାତ୍ର ଜଣଙ୍କ ଏପରି କାହିଁକି କଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ସ୍କୁଲର ନାମ ରାମ ପ୍ରସାଦ ବିସିମଲ ବୋଲି ସୂଚନା ମିଳିଛି । ଗୁରୁତର ହୋଇଥିବା ଅଧ୍ୟାପକଙ୍କ ନାମ ଶ୍ୟାମ ଗୁପ୍ତା ବୋଲି ଜଣାପଡିଛି । ପୋଲିସ୍ ଏହି ଘଟଣାରେ ତଦନ୍ତ ଚଳାଇଛି ।
Download Argus News App
