ପ୍ରଥା ଅନୁଯାୟୀ , ଏହି ଯୁବକମାନେ ସେଠାରେ ମାଦଳ ଯନ୍ତ୍ର ବଜାଇ ନୃତ୍ୟ କରିଥାନ୍ତି । ନୃତ୍ୟ କରିବା ସମୟରେ ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କ ଗାଲରେ ଅବିର ଲଗାଇଥାନ୍ତି । ଯେଉଁ ଯୁବତୀ ଗାଲରେ ଅବିର ଲଗାଇ ଥାନ୍ତି, ଯଦି ସେହି ଯୁବତୀ ସେହି ସମାନ ଯୁବକଙ୍କ ଗାଲରେ ଅବିର ଲଗାଇଦିଏ, ତେବେ ଏହାକୁ ଉଭୟଙ୍କ ସମ୍ମତି ବୋଲି ଧରି ନିଆ ଯାଇଥାଏ । ଏହାପରେ ସମସ୍ତଙ୍କ ସମ୍ମୁଖରେ ସେ ସେହି ଯୁବତୀଙ୍କୁ ଉଠାଇ ନେଇଥାନ୍ତି । ଏଥିରେ ପରିବାରର ମଧ୍ୟ ସମ୍ମତି ଥାଏ ।
ତେବେ ଯୁବତୀ ଯଦି ସେହି ଯୁବକଙ୍କୁ ରଙ୍ଗ ନଲଗାଏ, ତେବେ ସେହି ଯୁବକ ଅନ୍ଯ ଯୁବତୀକୁ ରଙ୍ଗ ଲଗାଇ ଦେଇଥାନ୍ତି ।ହୋଲିର ଏହି ପରମ୍ପରାକୁ ସେମାନେ ବେଶ ଉପଭୋଗ କରିଥାନ୍ତି ।