ଏହି ଜାହାଜ ଫର୍ଟିଲାଇଜର୍ ୧ ନମ୍ବର ବର୍ଥରେ ରହିଥିବା ବେଳେ ଏହା ଆଜି ସମୁଦ୍ର ମଧ୍ୟକୁ ଯିବାର ଯୋଜନା ରହିଛି। ବାଲେଶ୍ୱରସ୍ଥିତ ଡିଆରଡିଓ ସହ ମିଳିତ ଭାବେ କୌଣସି ଏକ ପରୀକ୍ଷଣ କରିବାକୁ ଏହି ଜାହଜ ଆସିଥିବା ଏକ ସୂତ୍ରରୁ ଜଣାପଡିଛି। ଯଦିଓ ଏନେଇ ବନ୍ଦର କିମ୍ବା ନୌସେନା ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇନି।
ସୂଚନାମୁତାବକ, ବୁଧବାର (ଆଜି) ଏହି ପରୀକ୍ଷଣ ସମ୍ବନ୍ଧୀୟ ସାମଗ୍ରୀ ଜାହାଜରେ ଲଦା ହେବା ପରେ ଜାହାଜ ସମୁଦ୍ର ମଧ୍ୟକୁ ପ୍ରବେଶ କରିବ। ଏଭଳି ପରୀକ୍ଷଣ କିମ୍ବା ଋଣକୌଶଳ ଗଭୀର ସମୁଦ୍ରରେ କରି ସାରିବା ପରେ ଏହା ଆସନ୍ତା ୨୫ କିମ୍ବା ୨୬ ରେ ପାରାଦୀପ ବନ୍ଦରକୁ ପୁଣି ଫେରିଆସିବ ବୋଲି ଜଣାପଡିଛି।
ପରେ ପୁଣି ଜାହଜ ସମୁଦ୍ର ମଧ୍ୟକୁ ଯାଇପାରେ। ତେବେ ପ୍ରତିରକ୍ଷା ସହିତ ଜଡିତ ବିଷୟ ହୋଇଥିବାରୁ ପାରାଦୀପ ବନ୍ଦର ଲୋକସମ୍ପର୍କ ବିଭାଗ ଏନେଇ କୌଣସି ସୂଚନା କିମ୍ବା ତଥ୍ୟ ଦେବାକୁ ମନା କରିଛନ୍ତି।