ଅଧିକ ପଢନ୍ତୁ : ଅମୃତପାଲ୍ ଅଦୃଶ୍ୟ ହେବା ପଛରେ କାହାର ହାତ ?
ପୋଲିସ ତରଫରୁ ଏହି ପୋଷ୍ଟରଗୁଡିକୁ ହଟାଯିବା ସହ ୧୦୦ ଜଣଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଏହାସହ ଏହି ମାମଲାରେ ସଂପୃକ୍ତ ୬ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରୁ ବାହାରୁଥିବା ଏକ ଭ୍ୟାନରୁ ଆପତ୍ତିଜନକ ପୋଷ୍ଟର ଜବତ କରାଯାଇଛି ।
ଗତକାଲି ଠାରୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟର । ଏହି ଖବର ପୋଲିସ ନିକଟରେ ପହଂଚିବା ପରେ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ୨ହଜାରରୁ ଅଧିକ ପୋଷ୍ଟର ହଟାଇ ଦେଇଛି । ଏହାକୁ ନେଇ ଆପକୁ ଟାର୍ଗେଟ୍ କରିଛି ବିଜେପି ।