ମୁଁ ରାମ ଓ କୃଷ୍ଣ ଆଦି ଦେବତାଙ୍କ ସତ୍ତାକୁ ମାନିବି ନାହିଁ। ସେମାନଙ୍କୁ ଇଶ୍ବର ବୋଲି ସମ୍ମାନ କରିବି ନାହିଁ। ଏମିତି କିଛି କହି ଲୋକଙ୍କୁ ଶପଥ କରାଯାଉଛି। ଆଉ ଏହି ସଭାରେ ଉପସ୍ଥିତ ଅଛନ୍ତି ଦିଲ୍ଲୀ ସରକାରରେ ମନ୍ତ୍ରୀପଦ ପାଇଥିବା ରାଜେନ୍ଦ୍ର ପାଲ ଗୌତମ।
ବୁଧବାର ବିଜୟାଦଶମୀ ତିଥିରେ କରେଲବାଗସ୍ଥିତ ରାଣୀ ଝାନ୍ସୀ ରୋଡ ଆମ୍ବେଦକର ଭବନରେ ‘ଧର୍ମ ଚକ୍ର ପ୍ରବର୍ତ୍ତନ ଦିନ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲୋକମାନେ କେବଳ ବୌଦ୍ଧ ଧର୍ମର ଦୀକ୍ଷା ନେଇ ନ ଥିଲେ ବରଂ ସେମାନେ ଶପଥ ପାଠ ମଧ୍ୟ କରିଥିଲେ।
ରାଜେନ୍ଦ୍ରଙ୍କ ଉପସ୍ଥିତିରେ ଆୟୋଜିତ ବୌଦ୍ଧ ଧର୍ମ ମହାସଭାରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଇଛି। ହିନ୍ଦୁ ଓ ବୈଦ୍ଧମାନଙ୍କ ଭିତରେ ଥିବା ଭାଇଚାରାକୁ ନଷ୍ଟ କରିବାକୁ ପ୍ରଚେଷ୍ଟା କରାଯାଇଛି। ମନ୍ତ୍ରୀ ଗୌତମଙ୍କ ଉପସ୍ଥିତିରେ ହଜାର ହଜାର ଲୋକ ଆଗକୁ ହାତ ବଢ଼ାଇ ଶପଥ ଗ୍ରହଣ କରିଛନ୍ତି। ଗୋଟିଏ ସ୍ୱରରେ ରାମ-କୃଷ୍ଣଙ୍କୁ ଭଗବାନ ମାନିବୁ ନାହିଁ କିମ୍ବା କେବେ ହେଲେ ସେମାନଙ୍କୁ ପୂଜା କରିବୁ ନାହିଁ ବୋଲି କହିଛନ୍ତି।
ଯାହା ପ୍ରମାଣିତ କରୁଛି ଯେ, ଆମ ଆଦମୀ ପାର୍ଟି ଦେଶରେ ହିନ୍ଦୁ ବିଦ୍ବେଶୀ ମନୋଭାବକୁ ପ୍ରୋତ୍ସାହିତ କରୁଛି। ଧାର୍ମିକ ଘୃଣାକୁ ବାଣ୍ଟିବାରେ ଲାଗିଛି।
ଏହି ଭିଡିଓକୁ ଆଧାର କରି ବିଜେପି କହିଛି ଯେ ଏପରି କରି ଆପ୍ ମନ୍ତ୍ରୀ ଓ ସରକାର ବୌଦ୍ଧ ଏବଂ ହିନ୍ଦୁ ଧର୍ମକୁ ମାନୁଥିବା ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛନ୍ତି । ମନ୍ତ୍ରୀ ଗୌତମ ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ କ୍ଷମା ମାଗନ୍ତୁ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କୁ ମନ୍ତ୍ରିମଣ୍ଡଲରୁ ବରଖାସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।