ଅଧିକ ପଢନ୍ତୁ ଭାରତ ଖବର
ଦିଲ୍ଲୀରେ ଉଚ୍ଚ ପଦାଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଉପରାଜ୍ୟପାଳଙ୍କ ହାତରେ ନ୍ୟସ୍ତ କରିବା ଲାଗି କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ସ୍ଥାନରେ ଏହି ବିଲ୍ ଅଣାଯାଇଛି । ଦିଲ୍ଲୀ ସରକାର କ୍ଷମତାର ଅପପ୍ରୟୋଗ କରି ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଭିଯୋଗକୁ ବିବାଦ ଆରମ୍ଭ ହୋଇଥିଲା । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସେବା ଅଧିନିୟମ ୧୯୯୧କୁ ୨୦୨୧ରେ କେନ୍ଦ୍ର ସରକାର ସଂଶୋଧନ କରିଥିଲେ । ନୂଆ ନିୟମ ଅନୁସାରେ ଦିଲ୍ଲୀ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ଅନୁମୋଦନର ଅନିବାର୍ଯ୍ୟ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଅଧ୍ୟାଦେଶକୁ ଦିଲ୍ଲୀ ଆପ୍ ସରକାର ବିରୋଧ କରିବା ସହିତ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ବିଚାର ପରେ ୧୯ ମେରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।
ରାଜ୍ୟସଭାରେ ମୋଟ ସଦସ୍ୟ ସଂଖ୍ୟା ୨୩୮ ହୋଇଥିବାବେଳେ ବିଲ୍ ଗୃହୀତ କରାଇବାକୁ ୧୨୦ ସାଂସଦଙ୍କ ସମର୍ଥନ ଆବଶ୍ୟକ । ରାଜ୍ୟସଭାରେ ମାତ୍ର ୩୧ କଂଗ୍ରେସ ସାଂସଦ ଥିବାବେଳେ, ବିରୋଧୀ ଇଣ୍ଡିଆ ମେଣ୍ଟର ମସର୍ଥନ ପରେ ସଂଖ୍ୟା ୯୭ରେ ପହଞ୍ଚିଛି । ଏପଟେ ରାଜ୍ୟସଭାରେ ୯୨ ଜଣ ବିଜେପି ସାଂସଦଙ୍କ ସହିତ ଏନଡିଏ ମେଣ୍ଟର ସମର୍ଥନ ପରେ ସଂଖ୍ୟା ୧୧୦ ରହିଛି । ଏହାସହିତ ବିଜେଡି, ୱାଇଏସଆର କଂଗ୍ରେସ ଓ ଟିଡିପି ଏନଡିଏକୁ ସମର୍ଥନ ଘୋଷଣା କରିଥିବାରୁ ସଂଖ୍ୟା ଗଣିତରେ ଆଗରେ ରହିଛି ଏନଡିଏ ।