ଓଡ଼ିଆ ଚଳଚିତ୍ର ହରଣର ଶୀର୍ଷକ ବା ଟାଇଟେଲ ଘୋଷଣା ସହ ଶୁଭ ମହୁରତ ହୋଇଯାଇଛି
ମନ୍ତ୍ରୀପଦ ଛାଡ଼ିଲେ ଅବ୍ଦୁଲ ସତ୍ତାର
ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ଝଟକା । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଅବ୍ଦୁଲ ସତ୍ତାର । ଉଦ୍ଧବ ସରକାରରେ 36 ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହ ଶେଷ ହୋଇଥିଲା । ଯେଉଁଥିରେ ଜଣେ ଉପମୁଖ୍ୟମନ୍ତ୍ରୀ, 25 କ୍ୟାବିନେଟ୍ ମନ୍ତ୍ରୀ ଓ 10 ରାଜ୍ୟ ମନ୍ତ୍ରୀ ଶାମିଲ ଥିଲେ । ଏହି 36 ମନ୍ତ୍ରୀଙ୍କ ମଧ୍ୟରୁ ଶିବସେନା ନେତା ଅବ୍ଦୁଲ ସତ୍ତାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବଦୁଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇନାହାଁନ୍ତି । ତେବେ କୁହାଯାଉଛି ଯେ, ଅବଦୁଲ ସତ୍ତାରଙ୍କୁ ରାଜ୍ୟମନ୍ତ୍ରୀ କରାଯିବା ପରେ ଶିବସେନାର କିଛି ନେତା କ୍ରୋଦ୍ଧ ପ୍ରକାଶ କରିଥିଲେ । ଯାହାକୁ ନେଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।
Download Argus News App
