ଏବିଭିପି କହିଛି ଯେ, ଟିକୀରି ସୀମାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କୃଷି ଆଇନ ବିରୋଧରେ କୃଷକ ମାନଙ୍କର ଏକ ଆନ୍ଦୋଳନ ଚାଲିଥିଲା । ଏହି ଆନ୍ଦୋଳନରେ ପଶ୍ଚିମବଙ୍ଗର ୨୫ ବର୍ଷୀୟ ଯୁବତୀ କୃଷକ ମାନଙ୍କ ସହ ଆନ୍ଦୋଳନରେ ଯୋଗ ଦେବାପାଇଁ ସେଠାରେ ପହଞ୍ଚି ଥିଲେ । କୃଷକ ଆନ୍ଦୋଳନରେ କୃଷକ ମୁଖା ପିନ୍ଧି ବାମପନ୍ଥୀନେତା ଓ ଅନ୍ୟ ରାଜନୈତିକ ଦଳର ନେତାମାନେ ସେହି କୃଷକ ରହୁଥିବା ତମ୍ବୁ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ମାରିଦେଇଥିଲେ ।ଏହି ବଳାତ୍କାର ମାମଲାରେ କୃଷକ ମୋର୍ଚ୍ଚାର ନେତାମାନେ ମଧ୍ୟ ଜଡିତ ଥିଲେ ଯେଉଁଥିରେ ଯୋଗେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଅଛି । ଘଟଣାରେ ପୋଲିସ ୬ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ସେଥିମଧ୍ୟରୁ ଉଭୟ ଅନୁପମ ଚନାଉତ ଏବଂ ଅନୀଲ ମଲିକ ମଧ୍ୟ ଜଡିତ ଅଛନ୍ତି। ଯେଉଁମାନେକି ଏକ ରାଜନୈତିକ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ମଧ୍ୟ ଅଟନ୍ତି ।ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ଏବିଭିପି ଦାବି କରିଛି ।
ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀମାନ ସୌଭାଗ୍ୟ ମହାନ୍ତି ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ବାମପନ୍ଥୀ ନେତାଙ୍କ ପୃଷ୍ଠପୋଷକତାରେ କୃଷକ ଆନ୍ଦୋଳନ ନାମରେ ମହିଳା ମାନଙ୍କ ସହ ଅମାନୁଷିକ କାର୍ଯ୍ୟ ଚାଲିଛି । ଘଟଣା ଜାଣିବା ପରେ ଆନ୍ଦୋଳନ ଶିବିରରେ ଅନ୍ୟାନ୍ୟ ନେତାମାନଙ୍କର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ।ଅପରାଧିର ଦୋଷକୁ ଜାଣି ଶୁଣି ପ୍ରୋତ୍ସାହନ ଦେଉଥିବା ଏବଂ ଘଣ୍ଟଘୋଡାଉଥିବା ବ୍ୟକ୍ତିମାନେ ମଧ୍ୟ ସମପରିମାଣରେ ଦୋଷୀ । ଏହି ଗଣଦୁଷ୍କର୍ମ କରିଥିବା ଅପରାଧିମାନଙ୍କୁ ଏବଂ ସେମାନଙ୍କୁ ସାହାଯ୍ୟ କରୁଥିବା ବାମପନ୍ଥୀ ନେତା ଓ ଅନ୍ୟ ରାଜନୈତିକ ଦଳର ନେତାଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯାଉ ବୋଲି ଏବିଭିପି ଦାବିକରିଛି ।