ଏହି ରିପୋର୍ଟରେ କେରଳ ଶୀର୍ଷରେ ରହିଥିବା ବେଳେ ବିହାରର ପ୍ରଦର୍ଶନ ସବୁଠାରୁ ଖରାପ । ସ୍ଥାୟୀ ବିକାଶ ସୂଚକାଙ୍କ ରାଜ୍ୟର ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ଭିତ୍ତିଭୂମୀ ଉପରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅଗ୍ରଗତିକୁ ମୂଲ୍ୟାଙ୍କନ କରିଥାଏ।
ଏଣୁ ଏହି ବିକାଶ ରିପୋର୍ଟକୁ ଆଧାର କଲେ ଓଡ଼ିଶା ଯେ, ସବୁ କ୍ଷେତ୍ରରେ ପଛୁଆ ରହିଛି ତାହା ପ୍ରମାଣିତ ହୋଇଛି।
ରିପୋର୍ଟ ଅନୁଯାୟୀ, 75 ପଏଣ୍ଟ ସହ କେରଳ ଶୀର୍ଷ ରାଜ୍ୟ ଭାବରେ ନିଜର ସ୍ଥିତି ବଜାୟ ରଖିଛି। ହିମାଚଳ ପ୍ରଦେଶ ଏବଂ ତାମିଲନାଡୁ 74 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଏବଂ ଚଳିତ ବର୍ଷର ଇଣ୍ଡିଆ ଇଣ୍ଡେକ୍ସରେ ବିହାର, ଝାଡଖଣ୍ଡ ଏବଂ ଆସାମ ସବୁଠାରୁ ଖରାପ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଚିହ୍ନିତ ହୋଇଛନ୍ତି।
NITI ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗୁରୁବାର ଭାରତ SDG ଇଣ୍ଡେକ୍ସର ତୃତୀୟ ସଂସ୍କରଣ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୁମାର କହିଛନ୍ତି, 'ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ମାଧ୍ୟମରେ ବିକାଶ ଧାରାକୁ ନଜର ରଖିବା ପାଇଁ ଆମର ପ୍ରୟାସକୁ ସାରା ବିଶ୍ୱ ପ୍ରଶଂସା କରିଛି। SDGଗୁଡ଼ିକରେ ଏକ ମିଶ୍ରିତ ସୂଚକାଙ୍କ ଗଣନା କରି ଆମ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମାନ୍ୟତା ଦେବା ପାଇଁ ଏହା ଏକ ବିରଳ ତଥ୍ୟ ଆଧାରିତ ପଦକ୍ଷେପ।
ଡିସେମ୍ବର 2018ରେ ଇଣ୍ଡେକ୍ସ ଆରମ୍ଭ କରାଯାଇଥିଲା। ଦେଶରେ SDG ଉପରେ ଅଗ୍ରଗତି ଉପରେ ନଜର ରଖିବା ପାଇଁ ଏହା ଏକ ପ୍ରମୁଖ ଆଧାର ହୋଇପାରିଛି।
ଏବେ ଆସନ୍ତୁ ଦୃଷ୍ଟି ପକାଇବା କାହାକୁ କେତେ ପଏଣ୍ଟ ଦେଇଛନ୍ତି ନୀତି ଆୟୋଗ।
ଭଲ ପ୍ରଦର୍ଶନ କରିଥିବା ରାଜ୍ୟକୁ କେତେ ପଏଣ୍ଟ ?
କେରଳ - 75 ପଏଣ୍ଟ
ହିମାଚଳ ପ୍ରଦେଶ, ତାମିଲନାଡୁ - 74 ପଏଣ୍ଟ
ଆନ୍ଧ୍ରପ୍ରଦେଶ, ଗୋଆ, କର୍ଣ୍ଣାଟକ, ଉତ୍ତରପ୍ରଦେଶ - 72 ପଏଣ୍ଟ
ସିକ୍କିମ୍ - 71 ପଏଣ୍ଟ
ମହାରାଷ୍ଟ୍ର - 70 ପଏଣ୍ଟ
ଖରାପ ପ୍ରଦର୍ଶନ କରିଥିବା ରାଜ୍ୟକୁ କେତେ ପଏଣ୍ଟ ?
ଛତିଶଗଡ, ନାଗାଲାଣ୍ଡ, ଓଡିଶା - 61 ପଏଣ୍ଟ
ଅରୁଣାଚଳ ପ୍ରଦେଶ, ମେଘାଳୟ, ରାଜସ୍ଥାନ, ଉତ୍ତରପ୍ରଦେଶ - 60 ପଏଣ୍ଟ
ଆସାମ - 57 ପଏଣ୍ଟ
ଝାଡଖଣ୍ଡ - 56 ପଏଣ୍ଟ
ବିହାର - 52 ପଏଣ୍ଟ