ଅଧିକ ପଢନ୍ତୁ : ବଲିଉଡରେ ଏଣ୍ଟ୍ରି କରିବେ ସଲମନଙ୍କ ଭାଣିଜୀ ଅଲୀଜେହ ଅଗ୍ନିହୋତ୍ରୀ
ତେବେ ଏହି ଘଟଣା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ଥର ସଲମନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଯାହାକୁ ନେଇ ସଲମନଙ୍କ ଘର ସାମ୍ନାରେ କଡ୍ଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ହେଲେ ପୋଲିସ ପୂର୍ବରୁ ଏହି ମାମଲାରେ କାହାକୁ ଗିରଫ କରି ପାରିନଥିବା ବେଳେ ପ୍ରଥମ ଥର ପାଇଁ ପୋଲିସ ଏହି ଯୁବକଙ୍କୁ ଗିରଫ କରିଛି । ସୂଚନା ମୁତାବକ ଏହି ଯୁବକ ସିନ୍ଧୁ ମୁସେୱାଲାଙ୍କ ପରିବାରକୁ ମଧ୍ୟ ଧମକ ଦେଇଥିଲା । ଯାହାକୁ ନେଇ ପଞ୍ଜାବ ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି । ଏବେ ମୁମ୍ବାଇ ପୋଲିସ ଏହି ବ୍ୟକ୍ତିଙ୍କୁ ନେଇ ପଚରା ଉଚରା ଜାରି ରଖିଛି । ଏହା ପୂର୍ବରୁ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡଙ୍କ ପାଖରୁ ମଧ୍ୟ ଇମେଲରେ ହତ୍ୟା ଧମକ ମିଳିଥିଲା ।