ତାଙ୍କ ଜୀବନ ନେଇଛି କସମେଟିକ ସର୍ଜରୀ। ଅଧିକ ସୁନ୍ଦରୀ ହେବାକୁ ଚେଷ୍ଟା ତାଙ୍କ ପାଇଁ ମହଙ୍ଗା ହୋଇଛି।
ଚେତନା ଗତକାଲି ବାଙ୍ଗାଲୋରର ସେଟ୍ଟି କସମେଟିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ଲିପୋସକ୍ସନ୍ ସର୍ଜରୀ ହୋଇଥିଲା। ଶରୀରରୁ ଚର୍ବି କମାଇବାକୁ ଏହି ସର୍ଜରୀ କରାଯାଇଥାଏ । ମାତ୍ର ଏହି ସର୍ଜରୀ ପରେ ତାଙ୍କ ଫୁସଫୁସରେ ପାଣି ଜମିବା ସହ ଅବସ୍ଥା ଗୁରୁତର ହୋଇପଡିଥିଲା। ଏବଂ ଶେଷରେ ଡାକ୍ତରଙ୍କ ସତ ଚେଷ୍ଟା ବିଫଳ ହୋଇଥିଲା ଓ ତାଙ୍କର ମୃତ୍ୟୁ ଘଟିଲା।
ସର୍ଜରୀ ପାଇଁ ଚେତନା ନିଜ ସାଙ୍ଗମାନଙ୍କ ସହ ହସ୍ପିଟାଲ ଯାଇଥିଲେ। ଏ ବାବଦରେ ତାଙ୍କ ପରିବାର ଲୋକେ ମଧ୍ୟ କିଛି ଜୋଣି ନ ଥିଲେ। କସମେଟିକ ସର୍ଜରୀ ନିମନ୍ତେ ତାଙ୍କ ଝିଅ ପରିବାରର ଅନୁମତି ଆଣି ନ ଥିବା କହିଛନ୍ତି ମୃତକାଙ୍କ ବାପା। ଏପରିକି ମେଡିକାଲ କର୍ତ୍ତୃପକ୍ଷ ବି ସେମାନଙ୍କୁ ଅବଗତ କରି ନ ଥିବା ଚେତନାଙ୍କ ବାପାମା’ ଅଭିଯୋଗ କରିଛନ୍ତି।
ଚିକିତ୍ସା କରୁଥିବା ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଝିଅର ଜୀବନ ଗଲା ବୋଲି ତାଙ୍କ ବାପାମା’ ଅଭିଯୋଗ କରିବା ସହ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।