ବାର୍ଷିକ ୩.୪୭ ମିଲିୟନ ଟନ୍ ପରିବହନ କ୍ଷମତା ବିଶିଷ୍ଟ ଏହା ଟର୍ମିନାଲ ପାଇଁ ୩୦ ବର୍ଷ ଲାଗି ଚୁକ୍ତି ହୋଇଛି । ଏହି ପ୍ରକଳ୍ପ ପାଇଁ ୨୯୮କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି । ଆଦାନୀ ପୋର୍ଟ ଆଣ୍ଡ ସ୍ପେସିଆଲ୍ ଇକୋନୋମିକ୍ ଜୋନ ଲିମିଟେଡର ଅଂଶୀଦାର କମ୍ପାନୀ HDC Bulk Terminal Ltd, କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟର ବର୍ଥ ନଂ ୨ର ଯାନ୍ତ୍ରିକ ବିକାଶ ପାଇଁ ଏହି ଚୁକ୍ତି କରିଛି । ଏହି ପ୍ରକଳ୍ପ ପାଇଁ ସ୍ପେସାଲ ପର୍ପସ ଭେହିକଲ୍ ଗଠନ କରାଯାଇଛି। ଯାହା ପ୍ରକଳ୍ପର ଡିଜାଇନ୍ , ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ।
ଏହି ଟର୍ମିନାଲ ଦେଇ ଷ୍ଟିଲ୍, ପାୱାର ପ୍ଲାଣ୍ଟ, ସିମେଣ୍ଟ ପାଇଁ ଆବଶ୍ୟକ କଞ୍ଚାମାଲ ପରିବହନ କରାଯିବ । ଏହି ପ୍ରକଳ୍ପର ସ୍ବତନ୍ତ୍ରତା ହେଲା ଏହି ଟର୍ମିନାଲ ଦେଇ ବିପୁଳ ପରିମାଣର କାର୍ଗୋ ପରିବହନ ହୋଇପାରିବ । ଏହି ଟର୍ମିନାଲ ସଂପୂର୍ଣ୍ଣରୂପେ ମେସିନଚାଳିତ, ଅତ୍ୟଧିକ କୁଶଳୀ, ପରିବେଶ ଅନୁକୂଳିତ ଏବଂ ପ୍ରଦୂଷଣ ମୁକ୍ତ । ଏହି ପ୍ରକଳ୍ପ ହେଲେ କେବଳ ପୋର୍ଟର କ୍ଷମତା ବୃଦ୍ଧି ହେବନି ବରଂ ପରିବହନ ଖର୍ଚ୍ଚ କମିବ । ଏହି ପ୍ରକଳ୍ପ ପାଇଁ ପରିବେଶ ଅନୁମତି ମିଳି ସାରିଥିବା ବେଳେ ଚୁକ୍ତି ଅନୁସାରେ ଆସନ୍ତା ୬ ମାସ ଭିତରେ କାର୍ଯ୍ୟ ଆରମ୍ଭ ହେବ ।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।