ସର୍ବାଧିକ ଗୁଣବତ୍ତା ଏବଂ ସୁରକ୍ଷା ଦୃଷ୍ଟିରୁ ଆଦାନୀ ଓ୍ବିଣ୍ଡକୁ ଏହି ମାନ୍ୟତା ମିଳିଛି । ଯାହାକି ଏହି ଟର୍ବାଇନ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ପ୍ରଦାନ କରିଛି । ମୁନ୍ଦ୍ରାରେ ଏହି ବୃହତ ଓ୍ବିଣ୍ଡ ଟର୍ବାଇନ୍ ଜେନେରେଟର ଲାଗିଛି । ଓ୍ବିଣ୍ଡଗାର୍ଡ ପକ୍ଷରୁ ଏହାର ପ୍ରୋଟୋଟାଇପର ପରୀକ୍ଷା କରାଯାଇଛି । ଅନ୍ତର୍ଜାତୀୟ ମାନ୍ୟତା IEC61400 ସିରିଜ୍ ମାନ୍ୟତା ଓ ନିୟମାବଳୀ ଅଧିରେ ଏହାର ଡିଜାଇନ୍, ନିର୍ମାଣ ଏବଂ ଟେଷ୍ଟି କରାଯାଇଛି । ଏହି ମାନ୍ୟତା ଭାରତକୁ ରିନ୍ୟୁବଲ୍ ଉପକରଣ ଉତ୍ପାଦନର ହବ୍ କରିବାରେ ଆଦାନୀ ନ୍ୟୁ ଇଣ୍ଡଷ୍ଟ୍ରିଜକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ବିନୀତି ଜୈନ୍ । ଆଦାନୀ ଓ୍ବିଣ୍ଡର ଚିଫ୍ ଅପରେଟିଂ ଅଫିସର ମିଲିନ୍ଦ କୁଲକର୍ଣ୍ଣି ଏଥିପାଇଁ ପୂରା ଟିମକୁ ଧନ୍ୟବାଦ ଦେଇଛନ୍ତି । ଆଦାନୀ ଓ୍ବିଣ୍ଡର 5.2 ମେଗାଓ୍ବାଟର ଏହି ଓ୍ବିଣ୍ଡ ଟରବାଇନରେ 160 ମିଟର ବ୍ୟାସାର୍ଦ୍ଧ ଭିସିଷ୍ଟ ଏକ ରୋଟର ଲାଗିଥିବା ବେଳେ 20,106 ବର୍ଗ ମିଟରର ସ୍ବେପ୍ଟ ଏରିଆ ରହିଛି ଏବଂ ଏହାର ଉଚ୍ଚତା ରହିଛି 200 ମିଟର । ଏହାକୁ ଆଦାନୀ ଓ୍ବିଣ୍ଡ ଜର୍ମାନୀର ଓ୍ବିଣ୍ଡ ଟୁ ଏନର୍ଜି GMBH ସହ ମିଳିତ ଭାବେ ତିଆରି କରିଛି । ଆଦାନୀ ନ୍ୟୁ ଏନର୍ଜି ଲିମିଟେଡ ହେଉଛି ଆଦାନୀ ଏଣ୍ଟରପ୍ରାଇଜର୍ସର ଏକ ଅଂଶୀଦାର କମ୍ପାନୀ, ଯାହାକି ରିନ୍ୟୁବଲ୍ ଏନର୍ଜି କ୍ଷେତ୍ରରେ କାମ କରୁଛି ।
ଅଧିକ ପଢନ୍ତୁ ଭାରତ ଖବର