ଅଧିକ ପଢନ୍ତୁ : ନ୍ୟୁୟର୍କରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ପିଏମ ମୋଦିଙ୍କ ସାକ୍ଷାତ
ଭାରତ-ଆମେରିକାର ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଭାରତ-ଆମେରିକା ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଗୁଜରାଟରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ବସାଇବ ଆମେରିକାର ସେମି କଣ୍ଡକ୍ଟର କମ୍ପାନୀ ମାଇକ୍ରନ । ଭାରତୀୟ ରେଲୱେ କାର୍ବ ପ୍ରଦୂଷଣ କମ୍ କରିବା ଲାଗି ୟୁଏସ୍ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ୍ ସହ ଚୁକ୍ତି କରିଛି । ଏହାସହ ଟେକ୍ନୋଲୋଜି, ଡ୍ରୋନ୍, ଜେଟ୍ ଇଞ୍ଜିନ୍, ସ୍ପେସ ସେକ୍ଟର, ଭାରତୀୟଙ୍କୁ ଭିସା, ନୂଆ ବାଣିଜ୍ୟିକ ଦୂତାବାସ ପାଇଁ ଚୁକ୍ତି ହୋଇଛି । ଏହି ଅବସରରେ ମୋଦି କହିଛନ୍ତି, ଖୁବ ଶୀଘ୍ର ଭାରତ ବିଶ୍ବର ଚତୁର୍ଥ ଅର୍ଥ ବ୍ୟବସ୍ଥା ହେବ । ସେ ଯେତେବେଳେ ପ୍ରଥମେ ଆମେରିକା ଗସ୍ତରେ ଯାଇଥିଲେ ସେତେବେଳେ ଭାରତ ୧୦ମ ବୃହତ ଅର୍ଥବ୍ୟବସ୍ଥା ଥିଲା । ଏବେ ତାହା ପଞ୍ଚମରେ ପହଞ୍ଚିଛି । ଆଗାମୀ ଦିନରେ ଏହା ଚତୁର୍ଥ ସ୍ଥାନରେ ରହିବ ବୋଲି କହିଛନ୍ତି ମୋଦି ।
ଏହି ଅବସରରେ ବଡ ବଡ କମ୍ପାନୀର ସିଇଓଙ୍କୁ ଭେଟି ଭାରତରେ ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ମୋଦି । ଏହା ମଧ୍ୟରେ ରାଷ୍ଟ୍ରପତି ବାଇଡେନ୍ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି । ପିଏମ୍ ମୋଦି ଓ ରାଷ୍ଟ୍ରପତି ବାଇଡେନ୍ ଭାରତୀୟ ଓ ଆମେରିକୀୟ ସିଇଓଙ୍କ ସହ ବୈଠକ କରିଥିବା ବେଳେ ମୋଦିଙ୍କୁ, ବାଇଡେନ୍ ଏକ ଟିସାର୍ଟ ଗିଫ୍ଟ କରିଛନ୍ତି । ଯାହା ଉପରେ AI ଲେଖା ହୋଇଛି । ପୂର୍ବରୁ ମୋଦି, ୟୁଏସ କଂଗ୍ରେସକୁ ସମ୍ବୋଧିତ କରିବା ସମୟରେ AIର ନୂଆ ନାମକରଣ କରିଥିଲେ । ଏଆଇ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୁହେଁ, ବରଂ ଆମେରିକା-ଇଣ୍ଡିଆ ସୁଦୃଢ଼ ହୋଇଥିବା ସମ୍ପର୍କକୁ ବି ଦର୍ଶାଏ ବୋଲି ମୋଦି କହିଥିଲେ ।
ସେହିପରି ସିଇଓମାନଙ୍କ ବୈଠକରେ ମୋଦି କହିଛନ୍ତି ବିଗତ ତିନି ଦିନ ଧରି ସେ ଅନେକ ବୈଠକ କରିଛନ୍ତି । ତେବେ ସବୁଥିରେ ଭାରତ-ଆମେରିକା ସମ୍ପର୍କ ଆହୁରି ମଜବୁତ କରିବା ଉପରେ ଜୋର୍ ଦିଆଯାଇଛି । ସିଇଓଙ୍କ ବୈଠକରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ, ମହିନ୍ଦ୍ରା ମୁଖ୍ୟ ଆନନ୍ଦ ମହିନ୍ଦ୍ରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ସୁନ୍ଦର ପିଚାଇ ଓ ଆମାଜନ ସିଇଓ ମଧ୍ୟ ମୋଦିଙ୍କୁ ଭେଟିଛନ୍ତି ।