ଚେନ୍ନାଇରୁ ଆସିଥିବା ୨୧ ଜଣ ପୁରୋହିତଙ୍କ ସମେତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସରେ ମନ୍ତ୍ରପାଠ ମଧ୍ୟରେ ଏହି ‘ସଙ୍ଗୋଲ’ ସମର୍ପଣ କରିଛନ୍ତି।
ଆସନ୍ତାକାଲି ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଏହି ମଠର ମୁଖ୍ୟ ପୁରୋହିତ ବିଶେଷ ଅତିଥି ଭାବେ ଯୋଗ ଦେବେ।
ଅର୍ଗସ ବ୍ୟୁରୋ : ରବିବାର ସନ୍ଧ୍ୟାରେ ନୂତନ ସଂସଦ ଭବନ ଉଦଘାଟନ ପୂର୍ବ ସଂଧ୍ୟାରେ ତାମିଲନାଡୁର ରୁବଦୁଥୁରାଇ ଆଧୀନମ (ମଠ)ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଐତିହାସିକ ରାଜଦଣ୍ଡ ‘ସଙ୍ଗୋଲ’କୁ ହସ୍ତାନ୍ତର କରାଯାଇଛି। ଏହା କାଲି ନୂତନ ସଂସଦ ଭବନରେ ସ୍ଥାପିତ ହେବ। ମଠର ମୁଖ୍ୟ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ରାଜଦଣ୍ଡ ହସ୍ତାନ୍ତର କରିଛନ୍ତି।
ଚେନ୍ନାଇରୁ ଆସିଥିବା ୨୧ ଜଣ ପୁରୋହିତଙ୍କ ସମେତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସରେ ମନ୍ତ୍ରପାଠ ମଧ୍ୟରେ ଏହି ‘ସଙ୍ଗୋଲ’ ସମର୍ପଣ କରିଛନ୍ତି।
ଆସନ୍ତାକାଲି ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଏହି ମଠର ମୁଖ୍ୟ ପୁରୋହିତ ବିଶେଷ ଅତିଥି ଭାବେ ଯୋଗ ଦେବେ।
ଅର୍ଗସ ବ୍ୟୁରୋ: ମାହାଙ୍ଗା କୂଆଁପାଳର ଏ ଦୃଶ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ନ୍ୟାୟ ପାଇଁ ଲଡେଇ ପରିବାରର ସଦସ୍ୟ ଦିଲୀପ ସାହୁ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରାଙ୍କୁ ଗୋଡାଇ ଗୋଡାଇ ପିଟିଲେ ପ୍ରତାପ ଜେନାଙ୍କ ଗୁଣ୍ଡା, ତାହା ପୁଣି ପୋଲିସ ଉପସ୍ଥିତିରେ। ଭିଜୁଆଲରେ ଜଳ ଜଳ ହୋଇ ଦିଶୁଛି କିଭଳି ମାଡ ମାରୁଛନ୍ତି ରାମଚନ୍ଦ୍ରଙ୍କୁ। ପ୍ରଶ୍ନ କେତେବେଳେ କାହାକୁ ଅସଦାଚରଣ କଲେ 64 ବର୍ଷର ରାମଚନ୍ଦ୍ର, କେତେବେଳେ ଡକାୟତି କଲେ ଆଉ କେତେବେଳେ କାହାକୁ ହତ୍ୟା ଉଦ୍ୟମ କଲେ, ପ୍ରତାପ ଜେନା ଇସାରାରେ ତାଙ୍କ ନାଁରେ ପୋଲିସ ମିଛ ମାମଲା ରୁଜ୍ଜୁ କରିଥିବା ଅ ଭିଯୋଗ କରିଛନ୍ତି ରାମଚନ୍ଦ୍ର ।
ମାହାଙ୍ଗା ଡବଲ ମର୍ଡର କେସରେ ସନ୍ଦେହ ଘେରରେ ମାହାଙ୍ଗା ପୋଲିସ । ଡବଲ ମର୍ଡର ଅଭିଯୁକ୍ତ କାବୁଆ ସହିତ ପ୍ରତାପ ଜେନା କଥା ହେଉଥିବା ସିଡିଆର ରିପୋର୍ଟ ଥିଲା ପୋଲିସ ପାଖରେ। ହେଲେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲା ପୋଲିସ। ଯାହାକୁ ନେଇ ବର୍ତ୍ତମାନର ସାଲେପୁର ଏସଡିପିଓ ତଥା ସେତେବେଳେର ତଦନ୍ତକାରୀ ଅଧିକାରୀ ବିମଳ ବାରିକ ବିବାଦରେ। କାହା ନିର୍ଦ୍ଦଶରେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲେ ବିମଳ, କାହିଁକି ବିମଳଙ୍କ ବିରୋଧରେ ହେବନାହିଁ ଆକସନ୍ । ସେପଟେ କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଦପା 302 ଲଗାଇଲା ପରେ ବି ଚୁପ୍ ବିଜେଡି। କାହିଁକି ଦଳରୁ ବିଦା ହେଉନାହାନ୍ତି ପ୍ରତାପ ଜେନା ।
ଆହୁରି ପଢନ୍ତୁ ଓଡିଶା ଖବର...