ତେବେ ଏହି ଫିଲ୍ମ ବର୍ତମାନ ଆଇନଗତ ବିବାଦରେ ଫସି ସାରିଲାଣି । ଫିଲ୍ମର ନିର୍ଦେଶକ ଓମ ରାଉତଙ୍କୁ ସର୍ବ ବ୍ରାହ୍ମଣ ସଭା ପକ୍ଷରୁ ଏକ ନୋଟିସ ଜାରୀ କରାଯାଇଛି । ଏହି ନୋଟିସରେ ତାଙ୍କୁ କୁହା ଯାଇଛି ଯେ ଆଗାମୀ ସାତ ଦିନ ମଧ୍ୟରେ ଫିଲ୍ମର ବିବାଦୀୟ ଅଂଶକୁ ହଟାଇ ଦିଅନ୍ତୁ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହନ୍ତୁ ।
ଏହି ନୋଟିସରେ ଉଲ୍ଲେଖ କରାଯାଇଛି ଯେ ଆଦିପୁରୁଷ ଫିଲ୍ମରେ ହିନ୍ଦୁ ଦେବା ଦେବୀଙ୍କୁ ଭୁଲ ଭାବେ ଚିତ୍ରିତ କରାଯାଇଛି । ସେମାନଙ୍କୁ ଚମଡାର ବସ୍ତ୍ର ପିନ୍ଧା ଯାଇଛି, ଯାହା ଅତ୍ୟନ୍ତ ଆପତ୍ତିଜନକ ବିଷୟ । ଏଥିରେ ଅତ୍ୟନ୍ତ ତଳ ସ୍ତରର ଭାଷା ପ୍ରୟୋଗ କରାଯାଇଛି । ତେଣୁ ଏହା ଦ୍ୱାରା ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ କୁଠାରାଘାତ ହେଉଛି । ହନୁମାନଙ୍କୁ ମୋଗଲ ଭଳି ପ୍ରଦର୍ଶିତ କରାଯାଇଛି । ନୋଟିସରେ ଆହୁରି କୁହାଯାଇଛି – କଣ ଆପଣ ଏଭଳି ଫିଲ୍ମ ତିଆରି କରି ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ଦେବାକୁ ଚାହୁଁଛନ୍ତି । ଏହି ଫିଲ୍ମକୁ ଆପଣ ବାଲ୍ମିକୀ ରାମାୟଣ ଓ ରାମଚରିତ ମାନସ ଆଧାରରେ ତିଆରି କରନ୍ତୁ । ଏହି କାରଣରୁ ଆପଣଙ୍କୁ ନୋଟିସ ପଠା ଯାଉଛି । ଆପଣ ସାର୍ବଜନୀନ ଭାବେ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ନ ହେଲେ ସାତ ଦିନ ପରେ ଆଇନଗତ କାର୍ଯାନୁଷ୍ଠାନ ପାଇଁ ପ୍ରସ୍ତୁତ ରହନ୍ତୁ । ତେବେ ଏହି ମାମଲାରେ ନିର୍ଦେଶକ ଓମ ରାଉତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ମଧ୍ୟ ଏହି ଫିଲ୍ମକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଫିଲ୍ମର ଭୂମିକା ସମସ୍ତଙ୍କୁ ଅପିଲ କରିବା ଭଳି ହେବା ଉଚିତ । ଯଦି ରାବଣ ଶ୍ରୀଲଙ୍କାର ତେବେ ତାଙ୍କୁ ମୋଗଲ ଭଳି ଦେଖା ଯିବା ଉଚିତ ନୁହେଁ । ସେହିପରି ମହାଭାରତ ଫିଲ୍ମରେ ଭୀଷ୍ମ ଚରିତ୍ରରେ ଅଭିନୟ କରିଥିବା ମୁକେଶ ଖାନ୍ନା ମଧ୍ୟ ଟିଜର ପରେ ଫିଲ୍ମକୁ ନେଇ ବର୍ଷିଛନ୍ତି । ସେ କହିଛନ୍ତି ଯେ ରାମାୟଣର କ୍ୟାରେକ୍ଟରକୁ ବଦଳା ଯାଇ ପାରିବ ନାହିଁ । କିନ୍ତୁ ଏହି ଫିଲ୍ମରେ ରାମ ରାମ ଭଳି ଦେଖା ଯାଉ ନାହାନ୍ତି, ରାବଣ ରାବଣ ଭଳି ଦେଖା ଯାଉ ନାହାନ୍ତି ।
ଏଭଳି ଫିଲ୍ମ କଲେ ନିଶ୍ଚିତ ଭାବେ ଲୋକ ମାନେ ବୟକଟ କରିବେ । ଏହା ପୂର୍ବରୁ ମଧ୍ୟ ପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହି ମାମଲାରେ ନିଜର ଆପତ୍ତି ବ୍ୟକ୍ତ କରିବା ସହ ଫିଲ୍ମ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ ହନୁମାନ ଆମର ଆସ୍ଥାର କେନ୍ଦ୍ର ବିନ୍ଦୁ । ତାଙ୍କୁ ଯେଭଳି ଭାବେ ଦେଖା ଯାଇଛି ତାହା ଠିକ ନୁହେଁ । ହନୁମାନ ଚାଳିସା ସହିତ ଅନ୍ୟାନ୍ୟ ଶାସ୍ତ୍ରରେ ତାଙ୍କର ଅଙ୍ଗବସ୍ତ୍ର ସମ୍ପର୍କରେ ଉଲ୍ଲେଖ ରହିଛି ।
ଏହା ସତ୍ୱେ ତାଙ୍କର ଏଭଳି ଚିତ୍ରଣ କରାଯିବା ଆସ୍ଥା ଉପରେ କୁଠାରାଘାତ । ବହୁସଂଖ୍ୟକ ସମାଜର ଭାବନାକୁ ଆଘାତ ପହଂଚାଇବା ଉଚିତ ନୁହେଁ । ସେ ଆହୁରି କହିଥିଲେ ଯେ ଫିଲ୍ମର ନିର୍ଦେଶକଙ୍କୁ ପତ୍ର ଲେଖି ଏହି ଆପତ୍ତିଜନକ ଦୃଶ୍ୟକୁ ହଟାଇବାକୁ କହିବେ । ଯଦି ଏପରି ନ କରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।