ମୁମ୍ବାଇ, ଜିଏସ୍ବି ସେବା ମଣ୍ଡଳର ‘ମହାଗଣପତି’ ଅର୍ଥାତ ଦେଶର ସବୁଠୁ ଧନୀ ଗଣେଶ ମୂର୍ତ୍ତି ତିଆରି ହୋଇଛି ବୋଲି କୁହାଯାଉଛି । ମୂର୍ତ୍ତିରେ ଲାଗିଛି ୬୭ କେଜି ସୁନା, ୨୯୫ କେଜି ରୁପା ୩୬୦ କୋଟିର ବୀମା ମଧ୍ୟ ହୋଇଛି। ଏହାର ଭିନ୍ନ ଧରଣର ସାଜସଜ୍ଜାକୁ ନେଇ ସଵୁବେଳେ ଚର୍ଚ୍ଚା ହୋଇଥାଏ। ବହୁ ପୂରାତନ ଭାବେ ଏଠାରେ ଗଣେଶ ପୂଜା ପାଳି ଆସୁଛନ୍ତି। ଆଉ ଏବର୍ଷ ଏହି ଗଣେଶ ମୂର୍ତ୍ତିକୁ ୬୬.୫ କିଗ୍ରା ସୁନା ଅଳଙ୍କାର, ୨୯୫ କିଗ୍ରାରୁ ଅଧିକ ରୁପା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ସଜ୍ଜିତ କରାଯାଇ ଆହୁରି ଆକର୍ଷଣୀୟ କରାଯାଇଛି। ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରରୁ ଲୋକେ ଧାଇଁ ଆସୁଛନ୍ତି।
ମୁମ୍ବାଇର ପୂର୍ବ ଭାଗରେ କିଙ୍ଗ୍ସ ସର୍କଲରେ ଗଣେଶ ପୂଜା ୬୯ ବର୍ଷ ହେଲା ହୋଇ ଆସୁଛି। ସୁରକ୍ଷା ବ୍ୟବସ୍ଥା ପାଇଁ ଏଠାରେ ଫେସ ରିକଗନିସନ ବ୍ୟବସ୍ଥା ମଧ୍ୟ ହୋଇଛି। ସଵୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଚଳିତବର୍ଷ ଏହି ପୂଜା ପାଇଁ ୩୬୦.୪୦ କୋଟି ଟଙ୍କାର ବୀମା ପୂଜା କମିଟି ପକ୍ଷରୁ ନିଆଯାଇଛି। ଉତ୍ତରପ୍ରଦେଶରେ ରାମ ମନ୍ଦିରର ନିର୍ମାଣ ଏବଂ ଉନ୍ମୋଚନ ଉପଲକ୍ଷେ ଏଠାରେ ହୋମ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: