ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି କଳା ମୁଗୁନି ପଥରରେ ଖୋଦିତ ହୋଇ ନିର୍ମାଣ ହେବ। ପ୍ରାୟ ୨୮ ଫୁଟ ଉଚ୍ଚ ଓ ୮ ଫୁଟ ଚଉଡାରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରାଯାଇଛି। ମହୀଶୁର, ବାଙ୍ଗାଲୁରୁ ଓ ତେଲଙ୍ଗାନାରେ ମିଳୁଥିବା କଳା ମୁଗୁନି ପଥରରେ ଏହି ମୂର୍ତ୍ତି ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଗଡନାୟକଙ୍କ ଟିମ୍ ଖୁବ୍ ଶିଘ୍ର ଏହି ସବୁ ସ୍ଥାନ ପରିଦର୍ଶନ କରିବେ ବୋଲି କହିଛନ୍ତି।
ଗଡନାୟକ ଏହା ମଧ୍ୟ କହିଛନ୍ତି ଯେ, ସେ ଯେଉଁ ମାଟିରେ ଜନ୍ମ ହୋଇଛନ୍ତି, ସେହି ମାଟିରେ ଜନ୍ମିତ ଭାରତର ବରେଣ୍ୟ ଯୋଗଜନ୍ମା ମହାପୁରୁଷ ନେତାଜୀ। ଏଣୁ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ନିଶ୍ଚିତ ଭାବେ ଏକ ସୌଭାଗ୍ୟର କଥା।
ଆଗାମୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି ମୂର୍ତ୍ତି ନିର୍ମାଣ ସାରି ସ୍ଥାପନା ହେବାକୁ ଯୋଜନା ରହିଥିବା ଗଣମାଧ୍ୟମକୁ କହିଛନ୍ତି ଗଡନାୟକ।