ଭାରତ ନ୍ୟୁଜ ଆହୁରି ପଢନ୍ତୁ
'ମେକ୍ ଇନ୍ ଇଣ୍ଡିଆ' ଯୋଗେ ଘରୋଇ ବିମାନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ପ୍ରାୟ 35 ହଜାର ବର୍ଗ ମିଟର ପରିସରରେ ଏହି ଏରୋ ଶୋ ଆୟୋଜନ କରାଯାଉଛି । ଏଥିରେ 98ଟି ଦେଶ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଏହି କାର୍ଯ୍ୟକ୍ରମରେ 32ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ, 29ଟି ଦେଶର ବାୟୁସେନା ମୁଖ୍ୟ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ଲକ୍ଷ୍ୟ ଦର୍ଶକ ଯୋଗଦେବେ ଏବଂ ଟେଲିଭିଜନ ଓ ଇଣ୍ଟରନେଟ ମାଧ୍ୟରେ ମଧ୍ୟ ଅନେକ ଦର୍ଶକ ଯୋଡ଼ି ହେବେ । ଏହି ଏରୋ ଇଣ୍ଡିଆ କାର୍ଯ୍ୟକ୍ରମ ଆଜିଠୁ ୧୭ ଫେବ୍ରୁଆରୀ ଯାଏ ଚାଲିବ । ଏହାପୂର୍ବରୁ ଏରୋ ଇଣ୍ଡିଆର 13 ତମ ସଂସ୍କରଣ 2021 ରେ ଅନୁଷ୍ଠିତ ହୋଇଥିଲା । ତେବେ କରୋନା ମହାମାରୀ ପାଇଁ ଏହା ୩ ଦିନ ଚାଲିଥିଲା ।