ଘଟଣା ଛତିଶଗଡ଼ ଜଞ୍ଜଗିର-ଚାମ୍ପାରର। ଯେଉଁଠି ଶୁକ୍ରବାର ରାତିରେ ଶିଶୁପୁତ୍ର ଅଧାଗଢା ବୋରଓ୍ବେଲରେ ଫଶିରହିଛି। ତେଣୁ ପାଇପ୍ ଦେଇ ତା’ ନିକଟରେ ଅକ୍ସିଜେନ୍ ଓ ଖାଦ୍ୟ ପହଞ୍ଚା ଯାଉଛି । ପ୍ରତିଟି ମୁହୂର୍ତ୍ତକୁ ଅନୁଧ୍ୟାନ କରିବା ପାଇଁ ଲେଜର୍ କ୍ୟାମେରା ଖଞ୍ଜାଯାଇଛି।ରାହୁଲଙ୍କ ପରିବାର ଲୋକଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ।
ଶିଶୁଟି ବୋରୱେଲରେ ପଡ଼ିବା ଦୁଃଖଦାୟକ ବୋଲି ସେ କହିଛନ୍ତି। ତାଙ୍କୁ ବଞ୍ଚାଇବା ପାଇଁ ଆମେ ସବୁପ୍ରକାର ଚେଷ୍ଟା କରୁଛୁ ବୋଲି ସିଏମ କହିଛନ୍ତି।ରାହୁଲଙ୍କୁ ଉଦ୍ଧାର କରିବାକୁ ବୋର୍ୱେଲ୍ ସହ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି। ରାହୁଲ ଫସିଥିବା କିଛି ଦୂରରେ କରାଯାଉଛି ସୁଢ଼ଙ୍ଗ। ଏନ୍ଡିଆର୍ଏଫ୍ର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଓ ଅଭିଜ୍ଞ ଅଧିକାରୀ ଏଥିରେ ଲାଗିଛନ୍ତି। ତା’ସହ ଗୁଜରାଟରୁ ସ୍ୱତନ୍ତ୍ର ରୋବଟ୍ ସ୍ପେଶାଲିଷ୍ଟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧର କାମ ଆରମ୍ଭ କରୁଛନ୍ତି । ସୂଚନାଯୋଗ୍ୟ ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ ଏହି ବୋର୍ୱେଲ୍ ଖୋଳା ଯାଇଥିଲା। ତେବେ ପାଣି ନ ବାହାରିବାରୁ ଏହାକୁ ଏପରି ଖୋଲା ଛାଡ଼ି ଦେଇଥିଲେ ରାହୁଲଙ୍କ ବାପା। ଶୁକ୍ରବାର ଘର ପଛ ପଟେ ଖେଳୁ ଖେଳୁ ସେ ଏହି ଗାତରେ ପଡ଼ି ଯାଇଥିଲା କୁନି ପୁଅ ରାହୁଲ୍।