ସମୁଦ୍ରର ଅନେକ ଗଭୀରରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଭାରତ ଆରମ୍ଭ କରିବାକୁ ଯାଉଛି ‘ମିଶନ ସମୁଦ୍ରଯାନ’ । ୨୦୨୬ ମସିହାରେ ଏହି ମିଶନ ଆରମ୍ଭ ହେବାକୁଥିବାବେଳେ ଏବେଠୁ ଏହାର ପରୀକ୍ଷଣ ଆରମ୍ଭ ହୋଇଛି । ଏହି ସମୁଦ୍ରଯାନ ମିଶନରେ ‘ମତ୍ସ୍ୟ ୬୦୦୦’ ନାମକ ଏକ ଛୋଟ ବୁଡ଼ାଜାହାଜକୁ ବଙ୍ଗୋପସାଗରର ୬ ହଜାର ମିଟର ଗଭୀରକୁ ପଠାଯିବ ।
ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ତେବେ ଏହି ମିଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ BLUE ECONOMY ଭିଜନର ଏକ ବଡ ପଦକ୍ଷେପ ହେବାକୁ ଯାଉଛି । ଏହି ଗଭୀର ସମୁଦ୍ର ମିଶନ ପ୍ରସ୍ତୁତିକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଚେନ୍ନାଇର NATIONAL INSTITUTE OF OCEAN TECHNOLOGY ଅଣ୍ଟା ଭିଡିଛି ।
ଆହୁରି ପଢନ୍ତୁ ଭାରତ ଖବର...