ଶ୍ରୀଲଙ୍କାର ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଲଗାତାର ପ୍ରଗତି କରୁଛି । ଅନ୍ୟ ପକ୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ କହିଛନ୍ତି, ଦୁଇଦେଶ ମଧ୍ୟରେ ସମ୍ପର୍କ ଖୁବ ପ୍ରାଚୀନ ଓ ବ୍ୟାପକ ଅଟେ । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ବିମାନ କନେକ୍ଟିଭିଟିକୁ ବୃଦ୍ଧି କରାଯିବ ବୋଲି ନିଷ୍ପତି ନିଆଯାଇଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗତ ଏକ ବର୍ଷ ଶ୍ରୀଲଙ୍କା ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ ଥିଲା । ଆମେ କଠିନ ସମୟରେ ଶ୍ରୀଲଙ୍କାର ଲୋକ ମାନଙ୍କ ସହ ଠିଆ ହୋଇ ରହିବୁ । ଆମେ ଆଶା କରୁଛୁ ଯେ ଶ୍ରୀଲଙ୍କା ସରକାର ତାମିଲ ମାନଙ୍କର ଆକାଂକ୍ଷାକୁ ପୂରା କରି ମାନବିକତା, ସମାନତା, ନ୍ୟାୟ ଓ ଶାନ୍ତି ପ୍ରକ୍ରିୟାକୁ ଆଗକୁ ବଢାଇବେ । ଏହି ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ଶ୍ରୀଲଙ୍କା ଅନେକ ଆର୍ଥିକ, ସାମାଜିକ ଓ ରାଜନୈତିକ ଆହ୍ୱାନର ସମ୍ମୁଖୀନ ହୋଇଛି । ଏହାର ମୁକାବିଲା କରିବାକୁ ଆମେ ଅଲଗା ଅଲଗା ଫ୍ରଂଟରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇଛୁ । ଏ ସମ୍ପର୍କରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଅବଗତ କରାଇଥିବା ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଲଗାତାର ବିକାଶ କରୁଛି । ଆର୍ଥିକ ମୌଳିକ ଢାଂଚା ଓ ଟେକ୍ନୋଲଜି କ୍ଷେତ୍ରରେ ଭାରତ ନୂଆ ଉଚ୍ଚତା ହାସଲ କରୁଛି । ତେଣୁ ଭାରତକୁ ଶୁଭକାମନା ଦେଉଛି । ଭାରତର ଏହି ଭଳି ପ୍ରଗତି ଭାରତ ମହାସାଗର ଅଂଚଳ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।