ଆପଣ ସ୍କ୍ରିନରେ ଥିବା ଦୃଶ୍ୟ ରାଜଧାନୀ ଦିଲ୍ଲୀର ଦିଲ୍ଲୀର ଚନ୍ଦନ ବିହାର ଅଞ୍ଚଳ। ଯେଉଁଠି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ। ଏହି ସମୟରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ସରକାରୀ ସଫଳତା ବଖାଣୁଥିବା ବେଳେ ପ୍ରଶ୍ନ ବାଣରେ ଛନ୍ଦି ପକାଇଲେ ଜଣେ ସାଧାରଣ ଜନତା, ତାଙ୍କ ଭାଷାରେ ଆମ ଆଦମୀ।
ହେଲେ ସେ ପ୍ରଶ୍ନ ଶୁଣିବାକୁ ଖୋଦ ଉପମୁଖ୍ରମନ୍ତ୍ରୀଙ୍କ ପାଖରେ ସମୟ ନ ଥିଲା। ଯୁବକଙ୍କ ଅଳ୍ପ କିଛି ପ୍ରଶ୍ନରୁ ଜଣା ପଡିଛି ଯେ, ସେ କହିବାକୁ ଚାହୁଁଥିଲେ ପାନୀୟ ଜଳର ସମସ୍ୟା ଉପରେ। ସେ ଯେଉଁ ଓ୍ବାର୍ଡରେ ରହୁଛନ୍ତି ସେଠି ଆବଶ୍ୟକତା ଠାରୁ ଅଧିକ ପାଣି ବିଲ୍ ଆଦାୟ ହେଉଛି। ଯାହା ସ୍ବଚ୍ଛ ସରକାରର ଡିଣ୍ଡିମ ପିଟୁଥିବା AAPର ପାପକୁ ଲୋକଙ୍କ ସାମ୍ନାକୁ ଆଣିଛି।
ସମ୍ପୁର୍ଣ୍ଣ ପ୍ରଶ୍ନ କରିବା ଆଗରୁ ସମ୍ପୃକ୍ତ ଯୁବକଙ୍କୁ କିଛି ଲୋକ ଠେଲି ଠେଲି ନେଇଗଲେ। ଏବଂ ମଞ୍ଚ ଉପରେ ଭାଷଣ ମାରୁଥିବା ଉପମୁଖ୍ୟମନ୍ତ୍ରୀ ଅଧା ସଭାରୁ ମଞ୍ଚ ଛାଡି ପଳାଇଲେ। ଯାହା ବଖାଣୁଥିଲା ଆମ ଆଦମୀ ପାର୍ଟି ରଣଛୋଡ୍ ନୀତିକୁ।
ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରୁ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଗୁଜୁରାଟ ପର୍ଯ୍ୟନ୍ତ ଅନେକ ବିରୋଧର ସମ୍ମୁଖୀନ ହୋଇଛନ୍ତି। ନିକଟରେ ପହାଡଜଙ୍ଗଠାରେ ଆୟୋଜିତ ଏକ ରାଲିରେ ମଧ୍ୟ କେଜରିଓ୍ବାଲଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ସବୁଠାରୁ ଲଜ୍ଜାନକ ଥିଲା ମହିମାନଙ୍କ ନାରାବାଜି।
ଆପ ଏବେ ସାରା ଭାରତରେ ନିଜର ଦବଦବା ସ୍ଥାପନ କରିବାକୁ ସ୍ବପ୍ନ ଦେଖୁଥିଲା ବେଳେ ଦଳର ଏଭଳି ପଳାୟନପନ୍ଥି ଚିତ୍ର ଦଳୀୟ ଭାବମୂର୍ତ୍ତିକୁ କେମିତି କ୍ଷୁର୍ଣ୍ଣ କରୁଛି, ତାହା ଆପଣ ବିଚାର କରିପାରୁଥିବେ।