ପ୍ରମିଳାଙ୍କ ଅନୁସାରେ 5 ବର୍ଷ ତଳେ ନବୀନ ମହିଳା ସଂରକ୍ଷଣ ଦିଗରେ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ ସତ ହେଲା 27 ବର୍ଷ ତଳେ ସଂସଦରେ ପ୍ରଥମେ ଆଗତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । 1996ରେ ତତ୍କାଳୀନ ଏଚ୍ ଡି ଦେବେଗୌଡ଼ାଙ୍କ ସରକାର ପ୍ରଥମ ଥର ଏହି ବିଧେୟକ ଉପସ୍ଥାପନ କରିଥିଲେ। ତାପରେ ବାଜପେୟୀଙ୍କ ସରକାରରେ 1998, 1999, 2003ରେ ଏବଂ ମନମୋହନ ସିଂହଙ୍କ ସରକାରରେ 2004 ଓ 2008ରେ ବି ଏହି ବିଧେୟକ ଆଗତ କରାଯାଇଥିଲା। ସଂସଦରେ ମହିଳା ସଂରକ୍ଷଣ ବିଲର ଇତିହାସ 27 ବର୍ଷର । କିନ୍ତୁ ତାର ଢେର ପୂର୍ବରୁ 1974 ମସିହାରୁ, ବିଜେପିର ମୂଳ ଦଳ ଜନସଂଘ ସାମ୍ବିଧାନିକ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଦାବି ହୋଇଆସୁଥିଲା। ପୁଣି ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାର ଢେର ପୂର୍ବରୁ ଗୁଜରାଟ ବିଜେପିର ମହାସଚିବ ଥିବାବେଳେ ନିଜ ଦଳର ସାଂଗଠନିକ ପଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରାଇଥିଲେ।
ଏସବୁ ବୟାନ ପ୍ରମାଣିତ କରୁଛି ବିଜୁ ଜନତା ଦଳ ସୃଷ୍ଟି ହେବାର ଢେର ପୂର୍ବରୁ ରହିଛି ମହିଳା ସଂରକ୍ଷଣ ବିଲର ଇତିହାସ। ଆଉ ନବୀନ ପଟ୍ଟନାୟକଙ୍କ ରାଜନୀତିକୁ ଆସିବାର ଢେର ପୂର୍ବରୁ ରହିଆସିଛି ମହିଳା ସଶକ୍ତିକରଣ ଦିଗରେ ଉଦ୍ୟମ। ତେବେ ପ୍ରଶ୍ନ ହେଲା ନିଜ ନେତାଙ୍କର ପ୍ରଶଂସା କରୁ କରୁ କାହିଁକି ମିଛ କହିବାକୁ ପଛାଇଲେ ନାହିଁ ବିଜେଡିର ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ। ପ୍ରମିଳାଙ୍କ ଏହି ବୟାନ ପଛରେ ବିଜେଡିର ଭୟ ଲୁଚି ରହିଛି କି ? ବିଜେଡିକୁ ଏବେ ଘାରିଲାଣି କି ମହିଳା ଭୋଟ୍ ବ୍ୟାଙ୍କ ହରାଇବାର ଭୟ ?
ଆହୁରି ପଢନ୍ତୁ ଭାରତ ଖବର...