ଗତ ମାସରେ ଦରଦାମ ବୃଦ୍ଧି ମାମାନ୍ୟ ହ୍ରାସ ପାଇଥିବାବେଳେ ଉଭୟ ପାଇକାରୀ ଓ ଖାଉଟି ମୁଦ୍ରାସ୍ଫୀତି କିଛିଟା ନିୟନ୍ତ୍ରଣକୁ ଆସିଛି । ଏଭଳି ସ୍ଥିତିରେ ଆରବିଆଇ କଣ ନିଷ୍ପତ୍ତି ନେଉଛି ତାକୁ ରହିଛି ଅପେକ୍ଷା। ପୂର୍ବରୁ ଲଗାତାର 4 ଥର ରେପୋ ରେଟ୍ ବୃଦ୍ଧି କରିସାରିଛନ୍ତି ରିଜର୍ଭ ବ୍ୟାଙ୍କ। ଯଦି ପୁଣି ଥରେ ରପୋ ରେଟ୍ ବୃଦ୍ଧି ପାଉଛି । ତାହାଲେ ବ୍ୟାଙ୍କ ଗୁଡ଼ିକ ପୁଣିଥରେ ବିଭିନ୍ନ ଋଣ ଉପରେ ସୁଧହାର ବୃଦ୍ଧି କରିବେ । ଏହାର ବୋଝ ସିଧାସଳଖ ଋଣଗ୍ରହୀତାଙ୍କ ଉପରେ ପଡ଼ିବ ।
କିଛି ସମୟ ପରେ ଆରବିଆଇ ପକ୍ଷରୁ ଘୋଷଣା ହେବ ନୂଆ ମୁଦ୍ରାନୀତି

ଅର୍ଗସ ବ୍ୟୁରୋ: କିଛି ସମୟ ପରେ ଆରବିଆଇ ପକ୍ଷରୁ ଘୋଷଣା ହେବ ନୂଆ ମୁଦ୍ରାନୀତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିବେ । ତେବେ ଏଥର ପୁଣି ବଢିବ ନା ସ୍ଥିର ରହିବ ରେପୋ ରେଟ୍ ତା ଉପରେ ରହିଛି ସମସ୍ତଙ୍କ ନଜର ।
Download Argus News App
