ଶୁକ୍ର ଏକ ଆକର୍ଷଣୀୟ ଗ୍ରହ ଏବଂ ଏହାର ତଥ୍ୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିବାରେ ସହାୟକ ହେବ । ଶୁକ୍ର ଏକ ରୋମାଞ୍ଚକ ଗ୍ରହ ଏବଂ ଏହାର ବାୟୂମଣ୍ତଳ ମଧ୍ୟ ରହିଛି । କିନ୍ତୁ ଏହାର ବାୟୁମଣ୍ଡଳୀୟ ଚାପ ପୃଥିବୀ ଠାରୁ ୧୦୦ ଗୁଣ ଅଧିକ ଏବଂ ଏହା ଏସିଡରେ ପରିପୂର୍ଣ୍ଣ । ଏହାର ପୃଷ୍ଠକୁ ପ୍ରବେଶ କରିବା ଅସମ୍ଭବ । ଏହାର ପୃଷ୍ଠଭୂମି କଠିନ କି ନୁହେଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।
ତେବେ ଏଠାରେ ଏତେ ବାୟୁମଣ୍ଡଳୀୟ ଚାପ ରହିବା ପଛରେ କ’ଣ କାରଣ ରହିଛି ଏକଥା ଜାଣିବା ପାଇଁ ଏହି ମିଶନର ପ୍ରଥମ ଲକ୍ଷଯ। ସୌର ମଣ୍ଡଳର ଉତ୍ପତ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ହେଲେ ଶୁକ୍ର ବିଷୟରେ ମଧଯ ଅଧ୍ୟୟନ ଜରୁରୀ ଏବଂ ଏହି ଶୁକ୍ରଯାନ ୪ ବର୍ଷ ପର୍ଯ୍ୟନ୍ତ ଶୁକ୍ର ଗ୍ରହର ଅଧ୍ୟୟନ କରିବବୋଲି କହିଛନ୍ତି ଇସ୍ରୋ ମୁଖ୍ୟ। ତେବେ ପୃଥିବୀ ଦିନେ ଶୁକ୍ର ଗ୍ରହ ପରି ପରିବରତ୍ତିତ ହୋଇପାରେ ବୋଲି ଆସଙ୍କା କରିଛନ୍ତି ଇସ୍ରୋ ମୁଖ୍ୟ। ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ପୃଥିବୀ ମଧଯ ଶୁକ୍ର ଗ୍ରହ ପରି ଥିଲା ଏବଂ ଏଥିରେ ଜୀବନ ସତ୍ତା ନଥିଲା। କିନ୍ତୁ ସମୟ କ୍ରମେ ପୃଥିବୀର ବାଯୁ ମଣ୍ଡଳରେ ପରିବର୍ତ୍ତନ ହେଲା। ତେବେ ଆଗକୁ ଶୁକ୍କର ଗ୍ରିରହରେ ମଧ୍ୟ ଏପରି ପରିବର୍ବାତ୍ରନ ହେବାର ସମ୍ଭାବନା ରହିଛି ଏବଂ ଏଥିରେ ଜୀବନ ସତ୍ତା ସୃଷ୍ଟି ହୋଇପାରେ ବୋଲି ଆଶା କରିଛନ୍ତି ଏସ୍ ସୋମନାଥ କହିଛନ୍ତି ।
ପୃଥିବୀ ଏବଂ ସୂର୍ଯ୍ୟର ନିକଟତମ ଗ୍ରହ ହେଉଛି ଶୁକ୍ର ।
ESAର ଶୁକ୍ର ଏକ୍ସପ୍ରେସ, 2006 ରୁ 2016 ପର୍ଯ୍ୟନ୍ତ ଏବଂ ଜାପାନର ଆକାସ୍ୟୁକି ଭିନସ୍ କ୍ୟାଇମେଟ୍ ଅର୍ବିଟର୍- 2016ରୁ ଶୁକ୍ରର ପରିକ୍ରମା କରୁଛି । ତେବେ ଚନ୍ଦ୍ରଯାନ ୩ ଏବଂ ଏଲ୧ ମିଶନ ର ସଫଳତା ପରେ ଭାରତର ମିଶନ୍ ଭିନସ ମଧଯ ଭାରତକୁ ସଫଳତାର ଶୀର୍ଷ ରେ ପହଂଚାଇବା ବୋଲି ଇସ୍ରୋ ତରଫରୁ ଦୃଢ ଆଶା ପ୍ରକଟ କରାଯାଉଛି।
ଅଧିକ ପଢ଼ନ୍ତୁ ଦେଶ ଖବର: